୪୦୪ ଜଣ ନିଖୋଜ ଶିଶୁ ଉଦ୍ଧାର

ଭୁବନେଶ୍ୱର  : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନିଖୋଜ ହୋଇଥିବା ୪୦୪ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ଓଡ଼ିଶା ପୋଲିସ୍‌ ସ୍ପେଶାଲ୍‌ ଡ୍ରାଇଭରେ ଏହି ଶିଶୁମାନଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ୩୨୨ ଜଣ ବାଳିକା ଓ ୮୨ ଜଣ ବାଳକ ରହିଛନ୍ତି । ଓଡ଼ିଶା ପୋଲିସର ଏହି ଅଭିଯାନ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିଲା। ମାତ୍ର ୧୦ ଦିନ ମଧ୍ୟରେ ପୋଲିସ ଅଧିକାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହା ସମ୍ଭବ ହୋଇ ପାରିଛି ବୋଲି ଡିଜି ଅଭୟ କହିଛନ୍ତି । ପୋଲିସ ଅଧିକାରୀଙ୍କ ଏହି ଅକ୍ଲାନ୍ତ ପରିଶ୍ରମ ପାଇଁ ଡିଜି ଅଭୟ ସମସ୍ତ ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *