ଶିଶୁ ଜନ୍ମର ଦିନକ ପରେ ମା’ର ମୃତ୍ୟୁ

ଗଞ୍ଜାମ : ମୃତ ନବଜାତ ସନ୍ତାନ ଜନ୍ମ ହେବାର ଦିନକ ପରେ ମା’ର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଖବର ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟିକରିଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ରୋଡ ସାହିର ଜନୈକ ମହିଳାଙ୍କ କ୍ଷେତ୍ରରେ ଘଟିଛି । ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ସରକାର ଆଇସିଡିଏସ ମାଧ୍ୟମରେ ସମନ୍ୱ୍ୱିତ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ମଧ୍ୟ ଏଭଳି ଦୁଃଖଦ ଘଟଣା ଏହି ଯୋଜନାର ବିଫଳତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସୂଚନା ଅନୁଯାୟୀ, ଗୋକର୍ଣ୍ଣପୁର ଗ୍ରାମର ଭୀମ ବେହେରାଙ୍କ ଝିଅ ରୀନା ବେହେରା ଦେଖାଳୀ ଗ୍ରାମର ସୁରେନ୍ଦ୍ର ବେହେରାଙ୍କୁ ବିବାହ କରିଥିଲେ । ତାଙ୍କର ପ୍ରଥମ ଗର୍ଭରେ ଏକ ବିକଳାଙ୍କ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଦ୍ୱତୀୟ ଗର୍ଭଧାରଣ ପରେ ରୀନା ବାପଘର ଗୋକର୍ଣ୍ଣପୁରକୁ ଆସିଥିଲା । ଗତ ୧୩ ତାରିଖ ଦିନ ତାଙ୍କୁ ବାଲିପୋଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପରେ ତାଙ୍କୁ ଦିଗପହଣ୍ଡି ବ୍ଲକ ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ମଧ୍ୟ ଡାକ୍ତର ମନା କରିଦେବାର ବ୍ରହ୍ମପୁର ବଡମେଡିକାଲକୁ ନିଆଯାଇଥିଲା । ସେଠାରେ ରୀନାର ଅପରେସନ ପରେ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ । ରୀନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆୟୁସିରେ ଭର୍ତ୍ତି କରାଯାଇଥିଲା । ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିବା ରୀନାଙ୍କ ଭାଇ ସୀମାଞ୍ଚଳ ବେହେରା ଅଭିଯୋଗ କରିଛନ୍ତି । ଗର୍ଭ ବେଦନା ସମୟରୁ ସ୍ଥାନୀୟ ଆଶା କିମ୍ବା ଏନଏନଏମ କେହି ସହଯୋଗ କରିନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *