୫-୧୧ବର୍ଷୀୟ ପିଲାଙ୍କ ପାଇଁ ନିରାପଦ ଫାଇଜର ଟିକା

ନୂଆଦିଲ୍ଲୀ: ୫-୧୧ବର୍ଷୀୟ ପିଲାଙ୍କ ପାଇଁ ନିରାପଦ ଫାଇଜର ଟିକା । ୧୨ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ବାହାର କରିସାରିଥିବା ଫାଇଜର ୫-୧୧ବର୍ଷୀୟ ପିଲାଙ୍କୁ ନେଇ ଟିକା ପରୀକ୍ଷଣ କରିଥିଲା । ଏବେ ଏହାର ଫଳାଫଳ ଆସିଥିବା ବେଳେ ଏହା ନିରାପଦ ବୋଲି କହିଛି ଫାଇଜର-ବାୟୋଏନଟେକ । ପରୀକ୍ଷଣ ପରେ ଟିକା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଜଣାପଡ଼ିିଛି । ଏବେ ପରୀକ୍ଷଣର ଫଳାଫଳ ଆସିବା ପରେ ଫାଇଜର-ବାୟୋଏନଟେକ ଟିକାର ଅନୁମୋଦନ ପାଇଁ ଆବେଦନ କରିବ ବୋଲି କହିଛି । ଫାଇଜର-ବାୟୋଏନଟେକ ମିଳିତ ବିବୃତିରେ କହିଛି ଯେ, ୫ରୁ ୧୧ବର୍ଷ ବୟସର ପିଲାମାନଙ୍କୁ ୨୧ଦିନିଆ ବ୍ୟବଧାନରେ ୧୦ମାଇକ୍ରୋଗ୍ରାମର ଦୁଇଟି ଡୋଜ ଦିଆଯାଇଥିଲା । ଏହା ପରେ ୫ରୁ ୧୧ବର୍ଷ ବୟସର ଅଂଶଗ୍ରହଣକାରୀମାନଙ୍କରେ ଏହି ଟିକା ସୁରକ୍ଷିତ ବୋଲି ପ୍ରମାଣ ହୋଇଥିଲା । ଏବେ ଏହି ତଥ୍ୟକୁ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ), ୟୁରୋପୀୟ ମେଡିସିନ୍ ଏଜେନ୍ସି (ଇଏମଏ) ଏବଂ ଅନ୍ୟାନ୍ୟ ନିୟାମକଙ୍କୁ ପଠାଯାଇ ଅନୁମୋଦନ ମଗାଯିବ ବୋଲି ବିବୃତିରେ କୁହାଯାଇଛି । ଏବେ ଶିଶୁମାନେ କରୋନାରେ ବେଶି ଆକ୍ରାନ୍ତ ହେଉଥିବା ଦେଖାଯାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏବେ ଟିକା ନିର୍ମାତାମାନେ ୫ରୁ ୧୧ବର୍ଷ ବୟସ୍କଙ୍କ ପାଇଁ ଟିକା ପରୀକ୍ଷଣ କରିବା ଆରମ୍ଭ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *