ଋଷର ୟୁନିଭର୍ସିଟିରେ ଆଖିବୁଜା ଗୁଳିକାଣ୍ଡ; ୮ ମୃତ

ମସ୍କୋ: ଋଷର ଏକ ୟୁନିଭର୍ସିଟିରେ କେହି ଅଜଣା ବନ୍ଧୁକଧାରୀ ବ୍ୟକ୍ତି ଅଚାନକ ଆଖିବୁଜା ଗୁଳି ଚାଳନା କରିଥିଲା । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆଉ ଏଭଳି ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଯାଇ କିଛି ଛାତ୍ରଛାତ୍ରୀ ସଭାଗୃହ ଓ ହଲରେ ଲୁଚି ଯାଇଥିଲେ । ସୋସିଆଲ୍ ମିଡିଆରେ ଶେୟାର କରାଯାଇଥିବା ଏକ ଭିଡିଓକୁ ଦେଖିଲେ ଯେକେହିବି ଚକିତ ହୋଇପଡିବ । ଗୁଳିମାଡ଼ରୁ ବର୍ତ୍ତିବାକୁ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ନିଜକୁ ଗୃହରେ ବନ୍ଦ କରିଥିଲେ । ଆଖିବୁଜା ଗୁଡ଼ିମାଡ଼ରୁ ଜୀବନ ରକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ଛାତ ଓ ଝରକାରୁ ଡ଼େଇଁଥିବା ନଜର ଆସିଥିଲା। ଋଷିଆ ଟୁଡେର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ପର୍ମ ଷ୍ଟେଟ୍ ୟୁନିଭର୍ସିଟିରେ ଏହି ଅଘଟଣ ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *