ମୃତ ଛାତ୍ରଙ୍କ ପରିବାରକୁ ମିଳିବ ୪ଲକ୍ଷ ସହାୟତା, ଘୋଷଣା କଲେ ବିଧାୟକ

ଭୁବନେଶ୍ୱର: ଡ୍ରେନରେ ଭସିଯାଇ ମୃ୍ତ୍ୟୁ ବରଣ କରିଥିବା ଦଶମ ଶ୍ରେଣୀ ଛାତ୍ରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା  । ମୃତ ନାବାଳକ ଜ୍ୟୋତି ପ୍ରକାଶ ବେହେରାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅର୍ଥିକ ଅନୁକମ୍ପା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା  । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ଏହି ସହାୟତା ରାଶି  । ତାଙ୍କ ପରିବାର ଲୋକଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା  । ରବିବାର ଅପରାହ୍ନରେ ଭାସିଯାଇଥିଲେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ  । ପାଖାପାଖି ୧୯ ଘଣ୍ଟାର ଅପରେସନ ପରେ ଆଜି ନିଖୋଜ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ଟିମ  । ଗତକାଲି ଟ୍ୟୁସନ ଯାଇ ଫେରିନଥିବା ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ ଶରରୀକୁ ପଞ୍ଚଶଖା ନଗରର ଡ୍ରେନରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ  । ଅପରାହ୍ନରୁ ଡ୍ରେନ ପାଣିରେ ଭାସିଯାଇଥିଲେ  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *