ପର୍ଲିମାଲ ଠାରେ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

ବଲାଙ୍ଗୀର(ଭୋଜରାଜ ଦଣ୍ଡସେନା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ପର୍ଲିମାଲ ଗ୍ରାମ ର ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟ କ୍ରମରେ ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ ଉତ୍ସବରେ ଉପଲାଟ ସଭାପତି ତଥା ବଲାଙ୍ଗୀର ଜିଲ୍ଲା ସଭାପତି ଚନ୍ଦ୍ରଶେଖରବାଗ ମୂଖ୍ୟ ଅତିଥି, ବଲାଙ୍ଗୀର ବ୍ଲକ ସଭାପତି କୁଶ ବରିହା ,ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ଜିଲ୍ଲା ସହ ସଂପାଦକ ଦୁର୍ଯୋଧନ ବରିହା, ଖପ୍ରାଖୋଲ ସଭାପତି ଚନ୍ଦ୍ରଶେଖର ବରିହା , ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା ,ପାଟଣାଗଡ଼ ଯୁବ ମୋର୍ଚ୍ଚା ସଭାପତି ଗୈାରୀଶଙ୍କର ବରିହା , ତୁରେକେଲା ବ୍ଲକ ସଭାପତି ହରିହର ବରିହା , ବଙ୍ଗୋମୁଣ୍ଡା ବ୍ଳକ ସଭାପତି ଶାନ୍ତନୁ ବରିହା , ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ସମାଜ ର ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀ ଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା। ସଭା ପ୍ରାରମ୍ଭରେ ନୂଆଚୁରାକୁଣା , ପିଠା କୁରେପତ୍ର ରେ ଅପୟାତ କରିବା ସହ ସମସ୍ତେ ଭକ୍ଷଣ କରିଥିଲେ ।

ମୂଖ୍ୟ ଅତିଥି ଶ୍ରୀ ବାଗ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ନୂଆଁଖାଇ ଭେଟଘାଟ ର ମହତ୍ଵ , ପରମ୍ପରା ଉଦେଶ୍ୟ ,ତାପର୍ଯ୍ୟ ,ରିତିନୀତି , ଉପରେ ବିଶଦ ଭାବରେ ଆଲୋକପାତ କରିବା ସହ ଭାଇଚାରାର ପର୍ବ, ରାଗ ଦ୍ୱେଷ , ମନର ଅହଂକାର ଦୂର ହୋଇଥାଏ ତେଣୁ ଆମ ସମାଜ ଗୋଟିଏ ପରିବାର ଭଲି ଚାଲିବା ବୋଲି ମତବ୍ୟକ୍ତ କରିଥିଲେ । ଆମ ସଂସ୍କୃତି ବହୁ ପୁରାତନ ରୁ ରହିଛି ସମାଜ ର ବିବାହ କାର୍ଯ୍ୟ ରେ ଗନତି ଦ୍ଵାରା ସମ୍ପାଦନା କରି ବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ର ପ୍ରତ୍ୟେକ ପାଞ୍ଚାୟତ ଓ ବ୍ଳକ ସ୍ତରୀୟ ଏକ ଗନିତ ତାଲିମ ଶିବିର ସମାଜ ପକ୍ଷରୁ ଅନୁଷ୍ଠିତ କରାଯିବ ବୋଲି କହିଥିଲେ। ସମାଜ ରେ ନାରୀ ମାନଙ୍କ ପ୍ରତି ହୋଇଥିବା ବାହ୍ୟ ନିର୍ଯ୍ୟାତନା କୁ ଦମନ କରିବା ପାଇଁ ସମସ୍ତେ ସଚେତନ ହେବା । ନାରୀ ମାନଂକୁ ସମ୍ମାନ ଦେବା । ଉଚ୍ଚ ଶିକ୍ଷା ପାଇଁ ପୁଅ ଝିଅ ମାନଙ୍କୁ ପଢ଼ାଇବା ପାଇଁ ବାଧ୍ୟତାମୂଳକ ବୋଲି ମତପ୍ରକାଶ କରିଥିଲେ । ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା ନୂଆଁଖାଇ ଆଧାରିତ ସ୍ବରଚିତ ଗୀତ ସୁମଧୁର କଣ୍ଠରେ ଶୁଣାଇଥିଲେ। ଜିଲ୍ଲା ସମ୍ପାଦକ ଗନ୍ଧର୍ବ ବରିହା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଦେଇଥିବା ବେଳେ ଜିଲ୍ଲା ସହ ସଂପାଦକ ଦୁର୍ଯୋଧନ ବରିହା ପରିଚାଳନା କରିଥିଲେ ।

ଏଥିରେ ବେଲପଡା ବ୍ଳକ ଓ ପଞ୍ଚାୟତ ସମସ୍ତ କର୍ମ କର୍ତ୍ତା ସଦସ୍ୟ ମାନଙ୍କ ସହ ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିବା ବେଳେ ମୁରିବାହାଲ ବ୍ଳକ ସଭାପତି ,ବନମାଳୀ ବରିହା ,ମଦନ ବରିହା , ବଙ୍ଗୋମୁଣ୍ଡା ବ୍ଳକ ଜିଲ୍ଲା ଉପଦେଷ୍ଟା ଟିକେଚନ ବରିହା ,ମନବରିହା , ସୁଦର୍ଶନ ବରିହା ,କଲାକାହ୍ନୁ ବରିହା , ଶତୃଘ୍ନ ବରିହା , ଅର୍ଜୁନ ବରିହା, କ୍ଷୀର ସିନ୍ଧୁ ବରିହା , ଟଙ୍କଧର ବରିହା , ରାଜେନ୍ଦ୍ର ବରିହା , ଝସକେତନ ବରିହା, ନୀଳମଣି ବରିହା , ଶ୍ରୀ ଧର ବରିହା ,ହେମସାଗର ବରିହା , ଜିତୁବରିହା ,କବି ବରିହା , ଅନିରୁଦ୍ଧ ବରିହା ,ମଦନ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସହ ସଂପାଦକ ଦୁର୍ଯୋଧନ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।ଜିଲ୍ଲା ବେଳପଡା ରୁ ଭୋଜରାଜ ଦଣ୍ଡସେନା ଙ୍କ ରିପୋର୍ଟ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *