ବଜାରରୁ ଶସ୍ତା ସାବୁନ କିଣିବା ବାପାଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଶିଶୁମାନଙ୍କ ଚର୍ମ ବହୁତ କୋମଳ ହୋଇଥାଏ । ସେଥିପାଇଁ ବାପା-ମା’ ଶିଶୁଙ୍କ ଶରୀର ପାଇଁ ବ୍ୟବହୃତ ତେଲ ହେଉ ଅବା ପାଉଡର କି ସ୍ୟାମ୍ପୁ କିଣିବା ସମୟରେ ବହୁ ଯତ୍ନଶୀଳ ହୋଇ କିଣି ଥାଆନ୍ତି । କିନ୍ତୁ ଅନେକ ଥର ଅଧିକ ଟଙ୍କା ଖର୍ଚ୍ଚରୁ ବଞ୍ଚିବା ପାଇଁ ବାପା-ମା’ମାନେ ଏମିତି କିଛି କିଣି ଆଣି ଥାଆନ୍ତି ଯାହାକି ତାଙ୍କୁ ଓ ତାଙ୍କ ପିଲାଙ୍କୁ ମହଙ୍ଗା ପଡ଼ିଥାଏ । ଇଂଲଣ୍ଡର ଲିଭରପୁଲରେ ରହୁଥିବା ଦମ୍ପତ୍ତିଙ୍କ କ୍ଷେତ୍ରରେ ଶସ୍ତାରୁ ହିନସ୍ତା ହେବା ଭଳି ଏକ ଘଟଣା ଘଟିଛି । ଜୋନାଥନ ନାମକ ଜଣେ ବ୍ୟକ୍ତି କହନ୍ତି, ସେ ନିଜ ପିଲାଙ୍କୁ ଗାଧୋଇବା ପାଇଁ ବଜାରରୁ ଏକ ଶସ୍ତା ସାବୁନ କିଣି ଆଣିଥିଲେ । ଯାହାକି ତାଙ୍କୁ ମହଙ୍ଗା ପଡିଛି । ଶିଶୁକୁ ଗାଧୋଇବା ସମୟରେ ଏହି ଶସ୍ତା ସାବୁନ୍ ଲଗାଇ ଥିଲେ । ଏହି ସମୟରେ ବାଥରୁମରେ କିଛି ମହମବତୀ ଜଳୁଥିଲା । ଏହି ମହମବତୀ ନିଆଁ ଶିଶୁ ଶରୀରରେ ଲାଗିଥିବା ସାବୁନର ଫେଣ ଆଡକୁ ମାଡ଼ି ଆସିଥିଲା । ଆଉ ଶିଶୁ ଓସ୍କାର ବେଡାର୍ଡ ଶରୀରରେ ନିଆଁ ଲାଗି ଯାଇଥିଲା । ସଙ୍ଗେସଙ୍ଗେ ସେ ନିଆଁ ଭିତରୁ ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଓସ୍କାରର ଶରୀର ସମ୍ପୂର୍ଣ୍ଣ ଜଳି ଯାଇଛି । ଡାକ୍ତରମାନେ ଶିଶୁର ଚିକିତ୍ସା ଜାରି ରଖିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *