ପୁଣି ଆଧାର-ପାନ୍ ଲିଙ୍କ୍‌ର ଅବଧୀ ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆପଣ ଆଧାର ସହ ପାନ ସଂଯୋଗ କରିନାହାନ୍ତି । ଯଦି ନା ତେବେ ଆପଣଙ୍କ ଲାଗି ଏହା ବଡ଼ ଖବର । କାରଣ ପୁଣି ଥରେ ଆଧାର-ପାନ ସଂଯୋଗ ଯୋଡ଼ିବାକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । ଆହୁରି ୬ ମାସ ପର୍ଯ୍ୟନ୍ତ ଏହି ତାରିଖକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ରହିଛି । ଯଦି ଆପଣ ଆଧାର ସହ ପାନକୁ ଯୋଡ଼ି ନାହାନ୍ତି ତେବେ ଏହି ସମୟ ମଧ୍ୟରେ ଯୋଡ଼ିବା ଲାଗି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସେପ୍େଟମ୍ବର ୩୦ ତାରିଖ ସୁଦ୍ଧା ଆଧାର ସହ ପାନ ଯୋଡ଼ିବାକୁ ସରକାର ସମୟ ଦେଇଥିଲେ । କିନ୍ତୁ ଏବେ ବି ଦେଶର ଅନେକ ଲୋକ ନିଜର ଆଧାର କାର୍ଡ଼ ସହ ପାନ କାର୍ଡ଼କୁ ଯୋଡ଼ି ନାହାନ୍ତି । ଏହାସହ କରୋନାର ଦ୍ୱିତୀୟ ଲହରରେ ଏହି କାମ ଗୋଟିଏ ପ୍ରକାର ବନ୍ଦ ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ସମସ୍ତ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏନେଇ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛି । କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଏକ ବିବୃତ୍ତିରେ କହିଛି ଯେ କୋଭିଡ -୧୯ ମହାମାରୀ ହେତୁ ବିଭିନ୍ନ ହିତାଧିକାରୀ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମା ବୃଦ୍ଧି କରାଯାଇଛି । ସିବିଡିଟି କହିଛି, ପ୍ୟାନକୁ ଆଧାର ସହିତ ସଂଯୋଗ କରିବା ପାଇଁ ଆୟକର ବିଭାଗକୁ ଆଧାର ନମ୍ବର ରିପୋର୍ଟ କରିବାର ସମୟ ସୀମା ୩୦ ସେପ୍େଟମ୍ବର ୨୦୨୧ ରୁ ମାର୍ଚ୍ଚ ୩୧, ୨୦୨୨ କୁ ବୃଦ୍ଧି କରିଛି । ଏହାସହ ଆୟକର ଅଧିନିୟମ ଅନୁଯାୟୀ ଜରିମାନା ପ୍ରକ୍ରିୟା ଶେଷ କରିବାର ଶେଷ ତାରିଖ ମଧ୍ୟ ସେପ୍େଟମ୍ବର ୩୦, ୨୦୨୧ ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିସହ, ବେନାମୀ ସମ୍ପତ୍ତି କାରବାର ନିବାରଣ ଅଧିନିୟମ, ୧୯୮୮ ଅନୁଯାୟୀ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *