ନାବଳକର ବାଚଳାମୀ : ପ୍ରାଇଭେଟ୍ ପାର୍ଟରେ ୟୁଏସ୍‌ବି କେବୁଲ ପୁରାଇଲେ, ଶେଷରେ….

ଲଣ୍ଡନ : ପିଲାମାନେ ବେଳେ ବେଳେ କିଛି ଏମିତି କାମ କରିବସନ୍ତି, ଯାହା ତାଙ୍କ ନିଜ ଜୀବନ ପ୍ରତି ମଧ୍ୟ ବିପଦ ସାଜିଥାଏ । ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି ଲଣ୍ଡନରୁ । ଏଠାରେ ଏକ ୧୫ ବର୍ଷର ନାବାଳକ ନିଜ ଗୁପ୍ତାଙ୍ଗର ଆକାର ଜାଣିବାକୁ ଏମିତି କାଣ୍ଡ କରିଛି ଯାହା ତା’ ଜୀବନ ପ୍ରତି ବିପଦ ପାଲଟିଛି । ଅବସ୍ଥା ଏମିତି ହୋଇଛି ଯେ ବାଧ୍ୟ ହୋଇ ପରିବାର ଲୋକେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁଯାୟୀ, ଲଣ୍ଡନର ଏକ ୧୫ ବର୍ଷର ନାବାଳକ ନିଜ ଯୌନାଙ୍ଗର ଆକାର ଜାଣିବା ପାଇଁ ତା’ ଭିତରେ ଏକ ୟୁଏସ୍‌ବି କେବୁଲ ପୂରାଇଥିଲା । ସେ କେବୁଲ ଜରିଆରେ ପ୍ରାଇଭେର୍ଟ ପାର୍ଟକୁ ମାପ କରିବାକୁ ଚାହୁଁଥିଲା । କିନ୍ତୁ ତା’ର ଏହି ଏକ୍ସପେରିମେଣ୍ଟ ଫେଲ୍ ହୋଇଯାଇଥିଲା । ଭିତରକୁ ଯିବା ପରେ କେବୁଲ ଆଉ ବାହାରକୁ ବାହାରିପାରିନଥିଲା । ପିଲାଟି ଏହାକୁ ବାହାର କରିବାକୁ ଚେଷ୍ଟା କରିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପରିସ୍ଥିତି ଅଣାୟତ ହେବାରୁ ସେ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲା । ପରିବାର ଲୋକେ ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ମଧ୍ୟ ଏଭଳି ମାମଲା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ବି କେବୁଲକୁ ବାହାର କରିବାକୁ ଟାଣିଥିଲେ, କିନ୍ତୁ ପ୍ରବଳ ରକ୍ତସ୍ରାବ ହେବାରୁ ସେମାନେ ବାଧ୍ୟ ହୋଇ ଅପରେସନ୍ କରିଥିଲେ । ଅପରେସନ ପରେ କେବୁଲକୁ କାଟି ପ୍ରାଇଭେର୍ଟ ପାର୍ଟରୁ ବାହାର କରାଯାଇଛି । ତେବେ ପିଲାଟିର ଅବସ୍ଥା ଏବେ ଗୁରୁତର ଥିବା ଡାକ୍ତର କହିଛନ୍ତି । ଏଥିସହ ଆଉ କେହି ଏଭଳି ମୁର୍ଖାମୀ ନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *