ବିଚ୍ ରାସ୍ତାରେ ସ୍ୱାମୀ ସ୍ତ୍ରୀ ସାଥିରେ….

ନୂଆଦିଲ୍ଲୀ : ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିବା ସନ୍ଦେହ କରୁଥିଲା ସ୍ୱାମୀ । ଆଉ ରାଗରେ ଆସି ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଦେଲା । ଶବକୁ ନେଇ ଗୋଟିଏ ସ୍ଥାନରେ ଫୋପାଡ଼ି ଦେଲା । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ନୋଏଡ଼ାରେ । ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଶବକୁ ନେଇ ଗାଜିଆବାଦର ଇନ୍ଦିରାପୁରମ୍ ଥାନା ଅଞ୍ଚଳରେ ଫୋପାଡ଼ିଥିବା ଜଣାପଡ଼ିଛି । ଏହି ମାମଲାର ପୋଲିସ ଶବକୁ ଠାବ କରିବା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ସୂଚନା ଅନୁଯାୟୀ, ନୋଏଡ଼ାର ଫେଜ୍‌-୩ ଥାନା ଅଞ୍ଚଳରେ ଥିବା ଏକ ଗାଁ’ରେ ରହୁଥିବା ଲାଳତା ପ୍ରସାଦଙ୍କ ୭ ମାସ ତଳେ ୨୩ ବର୍ଷୀୟ ରଞ୍ଜିତାଙ୍କ ସହିତ ପ୍ରେମ ବିବାହ ହୋଇଥିଲା ।

ହେଲେ ପରେ ଲାଳତା ପ୍ରସାଦକୁ ନିଜ ସ୍ତ୍ରୀର ଅବୈଧ ସମ୍ପର୍କ ଥିବା ନେଇ ସନ୍ଦେହ ହୋଇଥିଲା । ପୋଲିସର କହିବାନୁସାରେ, ବୁଧବାର ରଞ୍ଜୀତା ଇନ୍ଦିରପୁରମ୍ ଥାନା ଅଞ୍ଚଳକୁ ମେଡିସନ୍ ଆଣିବାକୁ ଯାଇଥିଲେ । ଅଟୋରୁ ଓହ୍ଲାଇବା ପରେ ରଞ୍ଜୀତା ଫୋନରେ କଥା ହୋଇ ଯାଉଥିଲେ । ଠିକ୍ ସେହି ସମୟରେ ଲାଳଦା ପ୍ରସାଦ ରଞ୍ଜୀତାକୁ କୌଣସି ଏକ ପୁରୁଷ ସହିତ ଦେଖିବାକୁ ପାଇଥିଲା । ଏହି ସମୟରେ କିନ୍ତୁ ରଞ୍ଜୀତା ସହିତ ଥିବା ପୁରୁଷ ଫେରାର୍ ହୋଇଯାଇଥିଲା । କିନ୍ତୁ ଲାଳଦା ରାସ୍ତାରେ ରଞ୍ଜୀତାଙ୍କୁ ପିଟି ପିଟି ତଣ୍ଟିଚିପି ହତ୍ୟା କରିଦେଲା । ଆଉ ଶବକୁ ଫୋପାଡ଼ି ଦେଇଥିଲା । ଗୁରୁବାର ଶବକୁ ପୋଲିସ୍ ଠାବ କରିଥିଲା । ଏ ନେଇ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲଣା କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *