ରନ୍ଧା ଖାଦ୍ୟ ଦାବିରେ ବ୍ଳକ୍ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ

ପାରାଦୀପ: ରନ୍ଧା ଖାଦ୍ୟ ଯୋଗାଇ ଦେବା ଦାବିରେ ଧାରଣା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି ଦୁଇଟି ପଞ୍ଚାୟତର ଲୋକ । ଲଗାଣ ବର୍ଷାରେ କୁଜଙ୍ଗ ବ୍ଲକ ଗଣ୍ଡକିପୁର ଓ କାଳିଆପାଟ୍ଟ ପଞ୍ଚାୟତର ଲୋକ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଜଳ ନିଷ୍କାସନ ହୋଇପାରୁ ନଥିବା ବେଳେ କେତେକ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି । ମାତ୍ର ପ୍ରଶାସନ ଏ ପର୍ଯ୍ୟନ୍ତ ସେଠାରେ ଠିକ୍‌ ଭାବେ ରିଲିଫ ଯୋଗାଇନାହିଁ । ଗୋଟିଏ ଥର ରନ୍ଧା ଖାଦ୍ୟ ଦେଉଥିବା ବେଳେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନେ ଉପାସ ରହୁଛନ୍ତି। ସରପଞ୍ଚ ଓ ବ୍ଲକ୍ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ଜଳ ନିଷ୍କାସନର ବ୍ୟବସ୍ଥା ହୋଇନାହିଁ କି ସଠିକ୍ ସମୟରେ ଖାଦ୍ୟ ଦିଆଯାଉନାହିଁ। ଏହାର ପ୍ରତିବାଦ କରି ଦୁଇ ପଞ୍ଚାୟତର ଶତାଧିକ ମହିଳା, ପୁରୁଷ ଓ ଶିଶୁଙ୍କୁ କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *