ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା; ଡିଏଫ୍ଓଙ୍କ ହେଲା ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର: ପାରଳାଖେମୁମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା । ଆଜି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ଭୁବନେଶ୍ବର ଫରେନସିକ୍ ଲ୍ୟାବରେ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ପ୍ରାୟ ୩ ଘଣ୍ଟା ଧରି ୫୦ରୁ ଅଧିକ ପ୍ରଶ୍ନର ସାମ୍ନା କରିଛନ୍ତି ଡିଏଫଓ । ଡିଏଫଓଙ୍କ ସହ ରୋଷେୟାଙ୍କର ବି ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ସୌମ୍ୟ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ବେଳେ ୨ଟି ପର୍ଯ୍ୟାୟରେ ପାରଳାଖେମୁଣ୍ଡି, ଖଇରା ଓ କପ୍ତିପଦାରେ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା । ସୌମ୍ୟଙ୍କ ପରିବାର ପକ୍ଷରୁ ପୂରା ଘଟଣା ପାଇଁ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରାଯାଇଥିଲା । ପୋଲିସ ପକ୍ଷରୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିଲେ ମଧ୍ୟ ରୋଷେୟା ଓ ଡିଏଫଓଙ୍କୁ ମାରାଥନ୍‌ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଆଜି ଡିଏଫଓ ଓ ରାତ୍ରୀ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *