ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା ବାପା, ତା’ପରେ….

ବାଲିଗୁଡ଼ା: ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ବାପା । ମଦ୍ୟପ ପୁଅର ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବାପା ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ପରମପାଙ୍ଗା ପଞ୍ଚାୟତ ପାଙ୍ଗୁରମିଲା ଗାଁରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୈତନ୍ୟ ପୂଜାରୀ । ପୋଲିସ୍ ହତ୍ୟାକାରୀ ବାପା ଭୁସ୍କର ପୂଜାରୀଙ୍କ ସମେତ ତାଙ୍କର ଆଉ ୨ ପୁଅଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ, ଗତ ବୁଧବାର ସାନ ପୁଅ ଚୈତନ୍ୟକୁ ଭୁସ୍କର ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ । ପରେ ଘରକୁ ଫେରି ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲେ । ହେଲେ ଚୈତନ୍ୟଙ୍କୁ ତାଙ୍କ ବାପା ହତ୍ୟା କରିଛନ୍ତି ବୋଲି ପଡ଼ୋଶୀ ଖବର ପାଇ ପରମପାଙ୍ଗା ସରପଞ୍ଚଙ୍କୁ ଜଣାଇଥିଲେ । ଏନେଇ ସରପଞ୍ଚ ବାଲିଗୁଡ଼ା ପୋଲିସକୁ ଖବର ଦେଇଥିଲେ । ବାଲିଗୁଡ଼ା ପୋଲିସ ଘଟଣାର ତଦନ୍ତ କରି ଗତକାଲି ଭୁସ୍କରଙ୍କ ସହ ତାଙ୍କର ୨ ପୁଅକୁ ଥାନାକୁ ଆଣି ଅଟକ ରଖିଥିଲା । ଭୁସ୍କରଙ୍କୁ ପଚରାଉଚରା କରିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଆଜି ବାଲିଗୁଡା ପୋଲିସ ଭୁସ୍କରଙ୍କୁ ଘଟଣାସ୍ଥଳକୁ ନେଇ ମାଟି ତଳୁ ଚୈତନ୍ୟଙ୍କ ମୃତଦେହ ଉଦ୍ଧାର କରିଥିଲା । ଚୈତନ୍ୟ ମଦ ପିଇ ପରିବାର ଲୋକଙ୍କୁ ହଇରାଣ କରୁଥିଲେ । ଏହା ଅସହ୍ୟ ହେବାକୁ ଭୁସ୍କର ଏଭଳି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣାକୁ ନେଇ ଭୁସ୍କର କହିଛନ୍ତି, ମୁଁ ପୁଅକୁ ହତ୍ୟା କରିନାହିଁ । ସେ ଦଉଡି ଲଗାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟା କରିବା ପରେ ମୁଁ ତାକୁ ନିଜେ ଗାତ ଖୋଳି ପୋତିଦେଇଥିଲି । ପୋଲିସ ଘଟଣାର ତଦନ୍ତ କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *