ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ କମିଶନର

ଭୁବନେଶ୍ୱର: ବଦଳିଲେ ଟ୍ୱିନ୍ ସିଟି ପୁଲିସ କମିଶନର । ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ କମିଶନର । ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ । ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ କ୍ରାଇମ୍ ବ୍ରାଞ୍ଚ ଏଡିଜି ଅଛନ୍ତି । ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ଥାନରେ ନୂଆ ପୁଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ସେ ବର୍ତ୍ତମାନ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନ ନେବେ । ନୂଆ ପୁଲିସ କମିଶନର ନିଯୁକ୍ତି ପାଇବା ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଯେତେବେଳେ ସରକାର ଏତେବଡ଼ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି, ଦାୟିତ୍ୱ ସମ୍ପାଦନ ପାଇଁ ଆପ୍ରାଣ ଉଦ୍ୟମ କରିବି ।

ତେବେ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କର କାର୍ଯ୍ୟପ୍ରଣାଳୀ କ’ଣ ରହିବ ଏବଂ କେଉଁ ବିଷୟ ପ୍ରତି ଗୁରୁତ୍ୱ ଦେବେ ସେଥିନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି । ଟ୍ୱିନ୍‌ସିଟି ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ସହରଗୁଡ଼ିକରେ ଶାନ୍ତଶୃଙ୍ଖଳା ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ ।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଟ୍ୱିନ୍ ସିଟି କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ଦେଇଛନ୍ତି । ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ ଗୃହ ନିର୍ମାଣ ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ସିପି ହେବା ପୂର୍ବରୁ ପୁଲିସ ଗୃହ ନିଗମ ନିର୍ମାଣ ଅଧ୍ୟକ୍ଷ ଥିଲେ ସୁଧାଂଶୁ । ଦୀର୍ଘ ଦେଢ ବର୍ଷ ଧରି ସୁଧାଂଶୁ ଷଡଙ୍ଗୀ ପୁଲିସ୍ କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଏବେ ଗୃହ ନିର୍ମାଣ ବିଭାଗର ସିଏମ୍‌ଡି ଦାୟିତ୍ୱ ତୁଲାଇବେ । ସେହିପରି ୧୯୮୮ ବ୍ୟାଚ୍ ଆଇପିଏସ୍ ଏମ୍‌.ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମ୍‌ଗାର୍ଡ ଡିଜି ଭାବେ ନିଯୁକ୍ତି ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *