ବିଭିନ୍ନ ଜିଲ୍ଲାରେ ୧ହଜାରରୁ ଊର୍ଦ୍ଧ୍ୱ ଏଏସ୍‌ଆଇ ନିଯୁକ୍ତ

କଟକ: ବିଭିନ୍ନ ଜିଲ୍ଲାର ଥାନା ସମେତ ବିଭିନ୍ନ ପୁଲିସ୍ କାର୍ଯ୍ୟାଳୟରେ ୧୦୧୬ ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ)ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଅପରାଧ ମାମଲାର ତଦନ୍ତ ଏବଂ ଆଇନ୍ ଶୃଙ୍ଖଳା ଭଳି ପରିସ୍ଥିତି ସମୟରେ ସଠିକ୍ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରଶିକ୍ଷଣ ସମୟରେ ଅନୁଷ୍ଠିତ ହେଉଥିବା ଲିଖିତ ପରୀକ୍ଷା ଏବଂ ପରେ ଥାନା ସହିତ ସଂଲଗ୍ନ ଭଳି ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଚଳିତ ମାସ ୧୫ ତାରିଖରୁ ନିଯୁକ୍ତି ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୦୨୦ରେ ୧୦୯୨ଜଣ କନେଷ୍ଟବଳ ହାବିଲଦାର, ଲାନ୍ସନାଏକ ପଦବୀର ଏଏସ୍‌ଆଇପଦବୀକୁ ପଦୋନ୍ନତି ନିମନ୍ତେ ପ୍ରକାଶିତ ହୋଇଥିଲା । ଲିଖିତ ପରୀକ୍ଷା ଏବଂ ସର୍ଭିସ୍‌ରେକର୍ଡ ଯାଞ୍ଚ କରାଯିବା ପରେ ସେମାନଙ୍କୁ ପଦୋନ୍ନତି ପ୍ରଦାନ କରାଯିବା ନିମନ୍ତେ ନିଷ୍ପତି ହୋଇଥିଲା । ସେହି କ୍ରମରେ ପଦନ୍ନୋତି ପାଇଥିବା ଏଏସ୍‌ଆଇଙ୍କୁ ୪ ମାସ ଇନ୍‌ଷ୍ଟିୁ୍ୟଚ୍‌ସନାଲ୍ ଟ୍ରେନିଂ ଏବଂ ୨ ମାସ ବିଭିନ୍ନପୋଲିସ୍‌ଷ୍ଟେସନ୍‌ସହିତ ସଂଲଗ୍ନ କରାଯାଇଥିଲା । ପଦୋନ୍ନତି ପାଇଥିବା ଏଏସ୍‌ଆଇମାନେ ଏଇଟି,କୋରାପୁଟ, ପିଟିଏସ୍‌,ନୟାଗଡ଼, ବିଟିଆଇ, ବୁର୍ଲା, ୟୁପି ଏବଂ ଟିଟିଆଇ, ଭୁବନେଶ୍ୱର, ପିଟିସି, ଅନୁଗୁଳ ଏବଂ ପିଟିଆଇ, ବୈରୀଠାରେ ତାଲିମ ୍‌ଗ୍ରହଣକରିଥିଲେ । ସେମାନଙ୍କ ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଏକ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବାର ଆବଶ୍ୟକତା ରହିଛି । ତାପରେସେମାନେ ଅପରାଧ ମାମଲାଗୁଡ଼ିକର ତଦନ୍ତ ନିମନ୍ତେ ସ୍ୱୀକୃତି ପାଇପାରିବେ । ଆଗାମୀ ଦିନରେ ସାଧାରଣଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଏତେସଂଖ୍ୟକ ତଦନ୍ତକାରୀ ଅଧିକାରୀ ମୁଖ୍ୟ ଭୂମିକା ଗ୍ରହଣ କରିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *