ନିଶାସକ୍ତ ମଦ୍ୟପଙ୍କ ଉନ୍ନତ୍ତ କାଣ୍ଡ : ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତି କରିଦେଲେ ଷ୍ଟିଲ୍ ଗ୍ଲାସ୍‌

ବଲାଙ୍ଗିର: ନିଶାସକ୍ତ ମଦ୍ୟପଙ୍କ ଉନ୍ନତ୍ତ କାଣ୍ଡ । କୁହାଯାଏ, ଜଣେ ନିଶାସକ୍ତ ଅବସ୍ଥାରେ ଥିଲେ ହିତାହିତ ଜ୍ଞାନ ଭୁଲି ଯାଇଥାଏ । ସେହି ସମୟରେ ସେ କ’ଣ କରେ ତାହା ସେ ଜାଣିନଥାଏ । ହେଲେ ନିଶାରେ ମାତାଲ ହୋଇ କିଛି ଯୁବକ ସେମାନଙ୍କର ହିତାହିତ ଜ୍ଞାନ ଭୁଲି ଏକ ଅମାନବୀୟ କାଣ୍ଡ ଘଟାଇଛନ୍ତି । ସେମାନେ ନିଶାରେ ଏତେ ମାତାଲ୍ ଥିଲେ ଯେ, ଜଣେ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରିବାକୁ ମଧ୍ୟ ପଛାଇଲେ ନାହିଁ । ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଘଟିଛି । ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ କରୁଣା ଭୋଇ(୧୯) ଶୌଚ ପାଇଁ ଗାଁ ନିକଟସ୍ଥ ଏକ ରାସ୍ତାକଡ଼କୁ ଯାଇଥିଲେ । ସେଠାରେ ନିଶାସକ୍ତ ଅବସ୍ଥାରେ ଥିବା ୩ ଜଣ ଅଚିହ୍ନା ଯୁବକ କରୁଣାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ । ଏହାପରେ ତାଙ୍କ ମଳଦ୍ୱାରରେ ଏକ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ । ଘରକୁ ଆସିବା ପରେ ତାଙ୍କ ପ୍ରବଳ ରକ୍ତସ୍ରାବ ହେବା ସହ ଯନ୍ତ୍ରଣା ହୋଇଥିଲା । ଆଜି ସକାଳୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ଭର୍ତ୍ତି କରାଯାଇଥିଲା । ମଳଦ୍ୱାର ଭିତରେ ଗ୍ଲାସ୍ ରହିଯାଇଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଅସ୍ତ୍ରୋପଚାର କରି ଷ୍ଟିଲ୍ ଗ୍ଲାସକୁ କାଢ଼ିବା ପାଇଁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ରେଫର କରାଯାଇଛି । ଏଭଳି କାଣ୍ଡ ଘଟାଇଥିବା ମଦ୍ୟପଙ୍କୁ କରୁଣା ଚିହ୍ନିନଥିବା କହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୟାନ ରେକର୍ଡ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *