ଚୀନରେ ହୁ ହୁ ହୋଇ ବଢୁଛି ସଂକ୍ରମଣ

ବେଜିଂ : ପୁଣି ସବୁ ବନ୍ଦ । ଜିମ, ସିନେମା ହଲ, ରାସ୍ତାଘାଟ ସବୁ ବନ୍ଦ । ଚୀନକୁ କରୋନା ଫେରିବା ପରେ ଏମିତି ପଦକ୍ଷେପ ନେଇଛି ପ୍ରଶାସନ । ଫୁଜିଆନରେ କରୋନା କାୟା ମେଲାଇଥିବାରୁ ଘରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଗତ ସେପ୍େଟମ୍ବର ୧୦ ତାରିଖରେ ଫୁଜିଆନର ପୁତିଆନ ସହରରେ ପ୍ରଥମେ କୋଭିଡ ସଂକ୍ରମଣ ଦେଖା ଦେଇଥିଲା । ଏବେ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି । ଚୀନରେ ପୁଣି ଆରମ୍ଭ ହୋଇଯାଇଛି ମାହାମାରୀ କରୋନାର ପ୍ରକୋପ । ବିଶେଷ କରି ଫୁଜିଆନରେ ଏହି ଭାଇରସ ଆତଙ୍କ ଖେଳାଇବାରେ ଲାଗିଛି । ସଂକ୍ରମଣ ବଢୁଥିବା ଦେଖି ସ୍ଥାନୀୟ ପ୍ରଶାସନ ଅଞ୍ଚଳର ସମସ୍ତ ସିନେମା ହଲକୁ ବନ୍ଦ କରି ଦେଇଛି । ସେହିପରି ଜିମ ଓ ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଏହା ସହ ଲୋକଙ୍କୁ କୌଣସି ବି ପରିସ୍ଥିତିରେ ନିଜ ନିଜ ଅଞ୍ଚଳ ନ ଛାଡିବାକୁ ପରାମର୍ଶ ଦିଆଯାଇଛି । ଚୀନ ନ୍ୟାସନାଲ ହେଲଥ କମିଶନଙ୍କ ସୂଚନା ଅନୁସାରେ, ଫୁଜିଆନରେ କରୋନାର ନୂଆ ମାମଲା ଚିହ୍ନଟ ହେବାରେ ଲାଗିଛି ।

ଦିନକୁ ଦିନ ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଫୁଜିଆନର ୩ ସହରରେ ଶହେରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢି ଯାଇଛି । ଚିହ୍ନଟ ମାମଲାରେ ଡେଲ୍ଟା ଭାରିଆଣ୍ଟ ଥିବାର ସୂଚନା ମିଳିଛି । ଏଣୁ ତୀବ୍ର ସଂକ୍ରମଣର କ୍ଷମତା ରଖୁଥିବା କରୋନାର ଏହି ଭାରିଆଣ୍ଟ ଉପରେ ରୋକ ଲଗାଇବା ପାଇଁ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି । ଆସନ୍ତା ଅକ୍ଟୋବର ୧ ତାରିଖରୁ ଚୀନରେ ନ୍ୟାସନାଲ ହଲିଡେ ୱିକ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି । ଜାତୀୟ ଛୁଟି ସପ୍ତାହକୁ ଲୋକେ ବୁଲାବୁଲିରେ କଟାଇବାକୁ ଚିନ୍ତା କରୁଥିବାରୁ ଫୁଜିଆନ ପ୍ରଶାସନ ଜାତୀୟ ରାଜମାର୍ଗକୁ ଅବରୋଧ କରି ଦେଇଛନ୍ତି । ନିଜ ଅଞ୍ଚଳରୁ ନ ବାହାରିବାକୁ ଲୋକଙ୍କୁ ତାଗିଦ କରାଯାଇଛି । ଗତ କିଛି ଦିନ ହେବ ଚୀନରେ କରୋନା ସଂକ୍ରମଣ ନିୟନ୍ତ୍ରିତରେ ରହିଥିଲା । ଏଥି ପାଇଁ ସରକାର ଟ୍ରାଭେଲ ଓ ଟୁର ଉଦ୍ୟୋଗକୁ ପୁଣି ଖୋଲି ଦେଇଥିଲେ । ତେବେ ଜାତୀୟ ଛୁଟି ସପ୍ତାହ ପୂର୍ବରୁ ଶହେରୁ ଅଧିକ ଲୋକେ ସଂକ୍ରମଣର ଶିକାର ହେବା ସରକାରଙ୍କୁ ପୁଣି ଚିନ୍ତାରେ ପକାଇ ଦେଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *