ରାଜ କ’ଣ କରନ୍ତି, ସେ ବିଷୟରେ ମୁଁ କେବେ ପଚାରେ ନାହିଁ: ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ବୁଧବାର ମୁମ୍ବାଇ କ୍ରାଇମବ୍ରାଞ୍ଚ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାମରେ ୧୫୦୦ ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟରେ ରାଜକୁନ୍ଦ୍ରା ଓ ଅନ୍ୟ କିଛି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହି ଚାର୍ଜସିଟରେ ମୋଟ ୪୩ ଜଣଙ୍କ ବୟାନ ରେକର୍ଡ ବି ରହିଛି । ଦାଖଲ ହୋଇଥିବା ଚାର୍ଜସିଟରେ ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଶିଳ୍ପା ସେଟ୍ଟୀ ଓ ସର୍ଲିନ ଚୋପ୍ରାଙ୍କ ବୟାନ ବି ସାମିଲ କରାଯାଇଛି । ତେବେ ଶିଳ୍ପା ନିଜ ବୟାନରେ କହିଛନ୍ତି ଯେ, ସେ ନିଜ କାମରେ ବ୍ୟସ୍ତ ଥିଲେ ଏବଂ ସେ ରାଜଙ୍କୁ କ’ଣ କରନ୍ତି ବୋଲି ପଚାରନ୍ତି ନାହିଁ । ଜାତୀୟ ଗଣମାଧ୍ୟମ ଅନୁୁଯାୟୀ, ଶିଳ୍ପା ନିଜ ବୟାନରେ କହିଛନ୍ତି ଯେ, ରାଜ ୨୦୧୯ରେ ସୌରଭ କୁଶୱାହାଙ୍କ ସହ ଆର୍ମସପ୍ରାଇମ ମିଡିଆ ନାମକ ଏକ କମ୍ପାନିରେ ଯୋଗ ଦେଇଥିଲେ । ଆର୍ମସପ୍ରାଇମ ମିଡିଆ ପୁନମ୍ ପାଣ୍ଡେ ଏବଂ ଅନ୍ୟାନ୍ୟ ଅଭିନେତ୍ରୀଙ୍କ ଭିଡିଓ ଦେଖାଏ । ଏଥିରେ ଅଭିନେତ୍ରୀମାନେ ନିଜ ଇଚ୍ଛାରେ ନିଜର ଅଶ୍ଲୀଳ ଭିଡିଓ ସୁଟ କରାନ୍ତି । ମୁଁ ଏହା ଜାଣିବା ପରେ ରାଜଙ୍କୁ ଏହା ବିଷୟରେ ପଚାରିଥିଲି । ଯାହାର ଉତ୍ତରରେ ସେ କହିଥିଲେ ଯେ ଓଟିଟି ପ୍ଲାଟଫର୍ମ ଭଲ ଚାଲିଛି ଏବଂ ସେ ଭଲ ଲାଭ ପାଉଛନ୍ତି । ଏହା ପରେ ରାଜ କିଛି ସମସ୍ୟା ହେତୁ ସୌରଭ କୁଶୱାହାଙ୍କଠାରୁ ଅଲଗା ହୋଇଥିଲେ । ହେଲେ ମୁଁ ଆଜି ଜାଣିବାକୁ ପାଇଲି ଯେ, ବିଆନ୍ ଇଣ୍ଡଷ୍ଟ୍ରି ମାଧ୍ୟମରେ ଏକ ହଟସଟ୍ ଆପ୍ ତିଆରି କରାଯାଇଥିଲା ଏବଂ ଏହା ମାଧ୍ୟମରେ ପ୍ରସ୍ତୁତ ଅଶ୍ଳୀଳ ଭିଡିଓ ପ୍ରଦୀପ ବକ୍ସିଙ୍କୁ ବିକ୍ରି କରାଯାଉଥିଲା । ମୁଁ ମୋର ନିଜ କାମରେ ବ୍ୟସ୍ତ ଥିଲି । ମୋ ସ୍ୱାମୀ କ’ଣ କରୁଛନ୍ତି ବୋଲି ମୁଁ ତାଙ୍କୁ ପଚାରେ ନାହିଁ । ସେ ମୋତେ ତାଙ୍କ କାର୍ଯ୍ୟ ବିଷୟରେ କିଛି କୁହନ୍ତି ନାହିଁ । ମୁଁ ଏସବୁ ବିଷୟରେ କିଛି ଜାଣେ ନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *