ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାସ୍ତା ଦୁର୍ଘଟଣାରେ ଜନଜୀବନହାନି ରୋକିବା ନିମନ୍ତେ ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟର ପୁଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନରେ ସଡକ ନିରାପତ୍ତାସ୍ଥିତିର ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ସଡକ ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ । ଏହାପରେ ଜିଲ୍ଲାପାଳ ଓ ଏସପିମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାରେ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଜାତୀୟସ୍ତରରେ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ଯୋଗୁ ପ୍ରତିବର୍ଷ ଜିଡିପିର ପ୍ରାୟ ୩.୧୪ ଶତକଡା କ୍ଷତି ହେଉଛି । ଯାହାକି ପ୍ରାୟ ୪ ଲକ୍ଷ କୋଟି ଟଙ୍କା ସହ ସମାନ । ଏଥିରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୭୬ ପ୍ରତିଶତ ୧୮ରୁ ୪୫ ବର୍ଷୀୟ ଉତ୍ପାଦନକ୍ଷମ ବ୍ୟକ୍ତି । ଓଡ଼ିଶାରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଭିତରୁ ଶତକଡା ୪୧ ଭାଗ ହେଲମେଟ୍ ନ ପିନ୍ଧିବା କାରଣରୁ ହୋଇଥାଏ । ସେହିପରି ୬୯ ଭାଗ ଦୁର୍ଘଟଣା ଦ୍ରୁତ ଗାଡି ଚାଳନା ଯୋଗୁ ଘଟୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *