ରକ୍ଷକ ସାଜିଲେ ଭକ୍ଷକ: ଏଏସ୍‌ଆଇଙ୍କ ବିରୋଧରେ…..

ଜୟପୁର : ରକ୍ଷଖ ଯଦି ଭକ୍ଷକ ସାଜିଲା କହିବା ଯାଇ କାହାକୁ । ଏଏସ୍‌ଆଇଙ୍କ ବିରୋଧରେ ଆସିଲା ଦୁଷ୍କର୍ମର ସଙ୍ଗୀନ ଅଭିଯୋଗ । ଡିଏସପି ହୀରାଲାଲ ସୈନୀ କାଣ୍ଡ ପରେ ରାଜସ୍ଥାନ ପୋଲିସର ଛବିକୁ ଆହୁରି ମଳିନ କରିବା ପରି ଆଉ ଏକ ମାମଲା ସାମ୍ନାକୁ ଆସିଛି । ସାମାଜିକ ଗଣମାଧ୍ୟମରେ ଦୁଇଟି ଅଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ମହିଳା ବାଡମେର ପୋଲିସର ଜଣେ ଏଏସଆଇଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଅଧୀକ୍ଷକ ଆନନ୍ଦ ଶର୍ମା ତଦନ୍ତ ଆଦେଶ ଦେଇଛନ୍ତି । ଅଡିଓ ମେସେଜରେ ମହିଳା ଅଭିଯୋଗ କରିଛନ୍ତି ଯେ, ବାଡମେର ପୋଲିସର ଜଣେ ଏଏସଆଇ ଛଅ ମାସ ପୂର୍ବେ ତାଙ୍କ ସହ ବଳାତ୍କାର କରିଥିଲେ । ଏହି ଘଟଣା ପରେ ପରିବାର ଲୋକ ମଧ୍ୟ ତାଙ୍କଠୁ ଦୂରେଇ ଯାଇଥିଲେ । କେହି ତାଙ୍କୁ ସାହାଯ୍ୟ କରିନଥିଲେ । ଏବେ ସେ ସରକାରଙ୍କଠୁ ନ୍ୟାୟର ଭିକ୍ଷା ମାଗୁଛନ୍ତି । ଅଡିଓ ଭାଇରାଲ୍ ହେବା ପରେ ବାଡେମର ଏସପି ଆନନ୍ଦ ଶର୍ମା ମାମଲାର ତଦନ୍ତ ଦାୟିତ୍ୱ ଚୌହଟନ ଡିଏସପି ନାରାୟଣ ସିଂହଙ୍କୁ ଦେଇଛନ୍ତି । ଯୁବତୀଙ୍କ ବୟାନ ରେକର୍ଡ ପରେ ସେ ନିଜର ରିପୋର୍ଟ ପ୍ରଦାନ କରିବେ ବୋଲି ନାରାୟଣ ସିଂହ କହିଛନ୍ତି । ସୂଚନାଯୋଗ୍ୟ, ନିକଟରେ ବ୍ୟାବର ପୋଲିସରେ ଡିଏସପି ହୀରାଲାଲ କାଣ୍ଡ ଚର୍ଚ୍ଚାରେ ରହିଥିଲା । ଏଥିରେ ଡିଏସପି ଓ ମହିଳା କନଷ୍ଟେବଲଙ୍କ ଭିଡିଓ କ୍ଲିପ୍ ସାମ୍ନାକୁ ଆସିଥିଲା । ଏହା ପରେ ରାଜସ୍ଥାନ ପୋଲିସକୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *