ଭାରତୀୟ ମହିଳା ଟିମ୍‌ର ଅଭ୍ୟାସ ଆରମ୍ଭ

ମକାୟ: ଆଗାମୀ ସପ୍ତାହରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସମସ୍ତ ଫର୍ମାଟ୍‌ର ସିରିଜ୍ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏଠାରେ ଟ୍ରେନିଂ ଆରମ୍ଭ କରିଦେଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ୱାର୍ମଅପ୍ କରୁଥିବା ଭାରତୀୟ ମହିଳା ଟିମ୍‌ର ଫଟୋ ଟ୍ୱିଟର୍‌ରେ ପୋଷ୍ଟ କରି ଏହି ସୂଚନା ଦେଇଛି । ଏଥିରେ ବିସିସିଆଇ ଲେଖିଛି ‘ସିରିଜ୍ ପୂର୍ବରୁ ପ୍ରସ୍ତୁତି’ । ଭାରତୀୟ ମହିଳା ଟିମ୍ ସେପ୍ଟେମ୍ବର ୨୧, ୨୪ ଓ ୨୬ ତାରିଖରେ ମକାୟର ହାରୁପ ପାର୍କରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ଏହାପରେ ଟିମ୍ କ୍ୱିନ୍ସଲାଣ୍ଡର କାରାରା ଓଭାଲ୍‌ରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । ଗସ୍ତର ଅନ୍ତରେ ଭାରତୀୟ ଟିମ୍ ଅକ୍ଟୋବର ୭, ୯ ଓ ୧୦ ତାରିଖରେ ତିନିଟି ଟି-୨୦ ମ୍ୟାଚ୍ ଖେଳିବ । ନିକଟରେ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତରୁ ଫେରିଥିଲା । ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ ଇଂଲଣ୍ଡ ଦିନିକିଆ ଓ ଟି-୨୦ ସିରିଜ୍ ୨-୧ରେ ଜିତିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *