ଅମରାବତୀରେ ଡଙ୍ଗା ଓଲଟି ୧୧ଜଣ ଯାତ୍ରୀ ମୃତ, ୮ ନିଖୋଜ

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀରେ ଡ଼ଙ୍ଗା ଓଲଟି ପଡିବାରୁ ଭୟଙ୍କର ଦୁର୍ଘଟଣା ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କର ପତ୍ତା ମିଳୁନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଦୁର୍ଘଟଣା ଅମରାବତୀରେ ଥିବା ବର୍ଦ୍ଧା ନଦୀରେ ହୋଇଛି । ଏବେ ବି ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଗତ ସପ୍ତାହରେ ଆସାମର ମଧ୍ୟ ଡ଼ଙ୍ଗା ଦୁର୍ଘଟଣା ହୋଇଥିଲା । ଜୋରହାଟରେ ୨ଟି ଡ଼ଙ୍ଗା ପରସ୍ପରକୁ ଧକ୍କା ହୋଇଥିଲା । ଏଥିରେ ଗୋଟିଏ ଡ଼ଙ୍ଗା ଓଲଟି ପଡ଼ିବାରୁ ସେଥିରେ ଥିବା ୮୦ ଜଣ ଲୋକେ ବୁଡ଼ିଯାଇଥିଲେ । ଅଧିକାଂଶ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କେତେକ ଲୋକେ ପହଁରି ପହଁରି କୂଳକୁ ଆସିଥିଲେ ।

ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଦୂର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଲୋକମାନେ ‘ବଞ୍ଚାଅ ବଞ୍ଚାଅ’ ବୋଲି ଚିତ୍କାର କରୁଥିବା ନଜର ଆସିଥିଲା । ସମସ୍ତ ୧୧ ଜଣ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି । ଗୋରେଗାଓଁରୁ ଏମାନେ ସମସ୍ତେ ଅନ୍ତିମ ସଂସ୍କାର କାମ ପାଇଁ ଆସିଥିଲେ । ଅନ୍ତିମ ସଂସ୍କାର ଶେଷ କରିବା ପରେ ଆଜି ସକାଳେ ଏହି ପରିବାର ନରଖେଡ ତାଲୁକାର ଜୁଞ୍ଜ ଅଞ୍ଚଳ ବୁଲିବାକୁ ଯାଇଥିଲେ । ଶିବ ମନ୍ଦିର ଦର୍ଶନ କରିବା ପାଇଁ ସେମାନେ ଏକ ଡଙ୍ଗା ସାହାଯ୍ୟରେ ୱାର୍ଦ୍ଦା ନଦୀରେ ଯାତ୍ରା କରିଥିଲେ । ଦୁର୍ଭାଗ୍ୟବଶତଃ ଏହି ସମୟରେ ଡଙ୍ଗାଟି ଓଲଟି ପଡିଥିଲା ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଆସାମରେ ବି ଏଭଳି ଏକ ଡଙ୍ଗା ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଥିଲା । ଜୋରହାଟରେ ଦୁଇଟି ଡଙ୍ଗା ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଗୋଟିଏ ଡଙ୍ଗା ପାଣି ଭିତରେ ଓଲଟି ପଡ଼ିଥିଲା । ଏଥିରେ ପାଖାପାଖି ୮୦ଜଣ ଯାତ୍ରୀ ବସିଥିବା ସୂଚନା ମିଳିଥିଲା । ଏହି ଡଙ୍ଗା ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ନିଖୋଜ ହୋଇଯାଇଥିଲେ । ଅନେକଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଆଉ କିଛିଜଣ ଜୀବନ ବିକଳରେ ପହଁରି ପହଁରି କୂଳକୁ ଆସିଥିଲେ । ଏହି ଭୟାବହ ଦୁର୍ଘଟଣାର ଭିଡିଓ ବି ସାମ୍ନାକୁ ଆସିଥିଲା । ଯେଉଁଥିରେ ଦୁର୍ଘଟଣା ଘଟିବା ପରେ ଲୋକମାନେ କିପରି ବିକଳରେ ଚିତ୍କାର କରୁଥିଲେ ତାହା ଶୁଣିବାକୁ ମିଳିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *