ପଇସା ନେଲେ ଘର ଦେଉ ନାହାଁନ୍ତି

ଭୁବନେଶ୍ୱର: ୪ ବର୍ଷ ବିତିଯାଇଥିଲେ ମଧ୍ୟ ଘର ଖଣ୍ଡେ ଦେବେ କହି ଏଯାଏଁ କିଛି କରିଲେନି । ଯାହାକୁ ନେଇ ଭଙ୍ଗା ଘରେ ମଶା, ଡାଆଁସ ବଣରେ ପଡ଼ିରହି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ୪ ଦିବ୍ୟାଙ୍ଗ ପରିବାର । କେଉଁ ଉପାନ୍ତ ଅଞ୍ଚଳରେ ନୁହଁ ଭୁବନେଶ୍ୱର ଛାତି ଉପରେ ରହି ମଧ୍ୟ ସରକାରୀ ସୁବିଧାରୁ ବଞ୍ଚିତ ଭୁବନେଶ୍ୱର ସତ୍ୟନଗର ନବୀନ ବସ୍ତିରେ ଥିବା ୪ ଦୃଷ୍ଟିହୀନ ପରିବାର । କାହା ଘର ଭାଙ୍ଗିଯାଇଛି ତ ଆଉ କିଏ ଭଙ୍ଗା ଘରେ ନଡ଼ା ପକାଇ ରହୁଛି । ଖାଲି ସେତିକି ନୁହେଁ ଏହି ଭଙ୍ଗା ଘରେ ଅସରାଏ ବର୍ଷା ହେଲେ ଆଜବେଷ୍ଟସରୁ ପାଣି ଗଳୁଥିବାବେଳେ ଓଦା କାନ୍ଥ କେତେବେଳେ ଭୁଶୁଡିବ ତାହା ଉପରେ ଭରସା ନାହିଁ । ବର୍ଷା ଦିନରେ ତ ଘର ଆଣ୍ଠୁଆ ପାଣିରେ ବୁଡ଼ିଯାଉଛି । ଏଭଳି ଭାବେ ଦୟନୀୟ ସ୍ଥିତିରେ ବସ୍ତିବାସିନ୍ଦା ରହୁଥିବାବେଳେ ପାଣି ହେଲେ ଘରର ଭଙ୍ଗା କାନ୍ଥ ଉପରେ ଆଶ୍ରୟ ନିଅନ୍ତି । ପିଲାମାନଙ୍କୁ ଧରି ରାତିରେ ଏମାନେ ବେଶ ଦହଗଞ୍ଜ ହୋଇଥାନ୍ତି ।୨୦୧୭ ମସିହାରେ ଘର ଉଚ୍ଛେଦ ବେଳେ ନୂଆ ଘର ଦେବାର ସ୍ୱପ୍ନ ରାଜ୍ୟ ସରକାର ଦେଖାଇଥିଲେ ।

ଆଉ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଥିବା ୧ ଲକ୍ଷ ଟଙ୍କାର ନିୟମ ଅନୁସାରେ ସେମାନେ ୨୦,୦୦୦ ଟଙ୍କା ମଧ୍ୟ ଡିପୋଜିଟ ଦେଇଥିଲେ । କିନ୍ତୁ, ୨୦୨୧ ହେଲା ପରେ ବି ଘର ତ ଦେବା ଦୂରର କଥା, ଘର ମଳିବା କଥା ପଚାରିଲେ କରୋନା ପରିସ୍ଥିତିରେ ଏକକାଳୀନ ୧ ଲକ୍ଷ ଦେଲେ ଘର ଦେବେ ବୋଲି ଅଧିକାରୀ କହୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ସ୍ଥିତିରେ ଆମେ ଦିବ୍ୟାଙ୍ଗ ବୋଲି ସରକାରୀ କର୍ତ୍ତୃପକ୍ଷ ଆମକୁ ଠକୁଛନ୍ତି ବୋଲି ଅସନ୍ତୋଷ ଜାରି କରିଛନ୍ତି ସମ୍ପୃକ୍ତ ଦିବ୍ୟାଙ୍ଗ । ଅନ୍ୟପଟେ ଓଜନ ମେସିନ, ଖେଳନା ଆଦି ବିକ୍ରି ସହ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି ଏହି ପରିବାର ।

ତେବେ ସେତକ ବି ମହାମାରୀ କୋରାନା ଛଡେଇ ନେବା ପରେ ଏବେ ଦୁର୍ବିସହ ହୋଇପଡିଛି ଜୀବନ । ପାଣି ଯେତେବେଳେ ହେଉଛି ଦୁଇ ତିନି ଦିନ ଯାଏଁ ଲାଗି ରହୁଛି । ଏଭଳି ପରିସ୍ଥିତିରେ ପାଇସା ଆଣିବୁ କେଉଁଠୁ, ଆମେ ଦୃଷ୍ଟିହୀନ ବୋଲି କ’ଣ ମଣିଷ ନୁହଁ? କାହିଁକି ଆମ ପ୍ରତି ଏତେ ଅବିଚାର କାହିଁକି ବୋଲି ସେମାନେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ସେମାନଙ୍କ ପାଇଁ ରଙ୍ଗମାଟିଆରେ ଗୃହ ନିର୍ମାଣ ସରିଥିଲେ ମଧ୍ୟ ବିଏମ୍‌ସିର କିଛି କର୍ମଚାରୀଙ୍କ ଚଞ୍ଚକତା ପାଇଁ ସେମାନଙ୍କୁ ଗୃହ ଆବଣ୍ଟନ ହୋଇପାରିନାହିଁ । ତେଣୁ ମିଳିବାକୁ ଥିବା ଘର ସେମାନଙ୍କ ନାମରେ ଆଲର୍ଟ କରାଯାଉ ଓ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ରକ୍ଷା କରନ୍ତୁ ବୋଲି ଦିବ୍ୟଙ୍ଗମାନେ ଅନୁରୋଧ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *