ଆଣ୍ଠୁଏ ପାଣିରେ ଗର୍ଭବତୀଙ୍କୁ କଲେ ପାର

ନୂଆପଡ଼ା : ସିନାପାଲି ବ୍ଲକ୍ ଅନ୍ତର୍ଗତ କେନ୍ଦୁମୁଣ୍ଡା ପଞ୍ଚାୟତ ଧିଙ୍ଗିଆମୁଣ୍ଡା ଗ୍ରାମ କଲୋନୀ ପଡା ର ମାଲିଘାଟ ନାଲାରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି । ଲଗାଣ ବର୍ଷା ଯୋଗୁ ଉକ୍ତ ନାଳରେ ପାଣି ବହିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଆଣ୍ଠୁଏ ପାଣିରେ ପାର କରୁଥିବା ଦେଖିବାକୁ ମିଳିଛି । ଗର୍ଭବତୀ ମହିଳା ଜଣକ ହେଲେ ସଙ୍ଗୀତା ଦଣ୍ଡସେନା (୨୫) । ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିବା ବେଳେ ତାହା ଧିଙ୍ଗିଆମୁଣ୍ଡା ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ପହଞ୍ଚି ଥିବାବେଳେ କଲୋନୀପଡାକୁ ଯାଇ ପାରିନଥିଲା । ପରେ ମହିଳାଙ୍କୁ ପରିବାର ଲୋକେ ଚଲାଇ ଚଲାଇ ଆମ୍ବୁଲାନ୍ସ ପାଖକୁ ନେବା ବେଳେ ମଝିରେ ମାଲିଘାଟ ନାଲାରେ ରେ ଅଣ୍ଟାଏ ପାଣିରେ ପାରକରିଥିଲେ । ପରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ ।

ଆଉ କିଛି ଦିନ ସମୟ ଲାଗିବ ପିଲା ଜନ୍ମ ପାଇଁ ବୋଲି ଡାକ୍ତର କହିବାରୁ ପରିବାର ଲୋକେ ଘରକୁ ଫେରାଇ ନ ନେଇ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଧିଙ୍ଗିଆମୁଣ୍ଡା ଗ୍ରାମରେ ଆଶ୍ରୟ ନେଇଥିବା ଜଣାପଡିଛି । ସୂଚନାନୁସାରେ କଲୋନୀପଡାରେ ପାଖାପାଖି ଦେଢଶହ ଲୋକ ରହନ୍ତି । ପଡାବାସି ଖାଉଟି ସାମଗ୍ରୀରୁ ଆରମ୍ଭ କରି ଅନ୍ୟାନ୍ୟ କାମରେ ମଧ୍ୟ ଧିଙ୍ଗିଆମୁଣ୍ଡା ଗ୍ରାମ ଉପରେ ଭରଷା କରନ୍ତି । ଏଣୁ କରି କଲୋନୀପଡାର ମାଲିଘାଟ ନାଲା ରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରୁଛନ୍ତି । ଏନେଇ ଜିଲ୍ଲା ତଥା ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ସୁବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *