୨ ଥାନା ଅଧିକାରୀଙ୍କ ସହ ୯ ଜଣଙ୍କୁ ‘ଡିଜିପି ଡିସ୍କ’ ସମ୍ମାନରେ ସମ୍ମାନୀତ

ପୁରୀ : ପୁରୀ ଜିଲ୍ଲାର ଦୁଇ ଥାନା ଅଧିକାରୀଙ୍କ ସହ ୯ ଜଣଙ୍କୁ ‘ଡିଜିପି ଡିସ୍କ’ ସମ୍ମାନରେ ସମ୍ମାନିତ କରିଛନ୍ତି ଏସ୍‌ପି କନୱାର ବିଶାଲ ସିଂ । ଏହି ଅଧିକାରୀମାନେ ଉଲ୍ଲେଖନୀୟ କାର୍ଯ୍ୟ ସମେତ ଅଧିକ ସଂଖ୍ୟାର ମାମଲାଗୁଡ଼ିକୁ ସମାଧାନ କରିବାରେ ଅଧିକାରୀମାନେ ସଫଳ ହୋଇଛନ୍ତି । ଫଳରେ ଏମାନଙ୍କ କାର୍ଯ୍ୟକୁ ନେଇ ଏସ୍‌ପିଙ୍କ ଠାରୁ ଆରମ୍ଭ କରି ପୋଲିସ ଡିଜି ପର୍ଯ୍ୟନ୍ତ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି । ସେଥିଲାଗି ସେମାନଙ୍କୁ ପୋଲିସ ଡିଜି ଶ୍ରୀ ଅଭୟ ‘ଡିଜିପି ଡିସ୍କ’ ସମ୍ମାନରେ ସମ୍ମାନିତ କରିଛନ୍ତି । ଏଥିରେ ବଳିଆପଣ୍ଡା ଥାନାଧିକାରୀ କୁଳମଣୀ ସେଠୀ, ଗଡ଼ିଶାଗଦା ଥାନାଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ୮୨ଟି ମାମଲାକୁ ସଫଳତାର ସହ ଫଇସଲା କରିଛନ୍ତି । ସେହିପରି କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ ବଟକୃଷ୍ଣ ସ୍ୱାଇଁ ୧୨୩ଟି ମାମଲା ଫଇସଲା କରିଥିବା ବେଳେ ଗଡ଼ିଶାଗଦା ଥାନା ଏଏସ୍‌ଆଇ ଶେଷଦେବ ସୁବୁଦ୍ଧି(୧୦୦), ଚନ୍ଦନପୁର ଥାନା ଏଏସ୍‌ଆଇ ଧନେଶ୍ୱର ବାରିକ(୮୩), ଏଏସ୍‌ଆଇ ପ୍ରକାଶ ମହାନ୍ତି( ୧୦୭), ସତ୍ୟବାଦୀ ଥାନା ଏଏସ୍‌ଆଇ ବୈଷ୍ଣବ ମହାରଣା (୧୧୮), ଏଏସ୍‌ଆଇ ମଞ୍ଜୁଲତା ଦେଇ(୮୬) ଓ ଡେଲାଙ୍ଗ ଥାନା ଏଏସ୍‌ଆଇ ଗଙ୍ଗାଧର ସାହୁ(୮୩)ଙ୍କୁ ସମ୍ମାନିତ କରାଯାଇଛି । ସେହିପରି ଅନ୍ୟ ତିନି ଅଧିକାରୀ ଛୁଟିରେ ଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇପାରି ନାହିଁ । ସେମାନେ ଛୁଟି ସାରି କାର୍ଯ୍ୟରେ ଯୋଗଦେବା ପରେ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ପୋଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରକାଶ । ସେମାନେ ହେଲେ ହେଡ୍‌କ୍ୱାର୍ଟର ଇନିସ୍ପେକ୍ଟର ଶୁଭଲକ୍ଷ୍ମୀ ପୂଝାରୀ, ସତ୍ୟବାଦୀ ଥାନା ସବ୍‌ଇନିସ୍ପେକ୍ଟର ଶୁଭଶ୍ରୀ ପ୍ରିୟଦର୍ଶନୀ ନନ୍ଦ ଓ ଏଏସ୍‌ଆଇ ରବି ନାୟକ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *