ପ୍ରବଳ ବର୍ଷା ଓ ଭୁସ୍ଖଳନରେ ଆଖି ବୁଜିଲେ ୧୭

ନୂଆଦିଲ୍ଲୀ: ଲଘୁଚାପ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଲଗାତର ଭାବରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ନାହିଁ ନଥିବା ହଇରାଣ ହେଉଛନ୍ତି ଲେଶକମାନେ । କାହା ଘରେ ପାଣି ପଶିଛି ତ କେଉଁଠି ରାସ୍ତା ଘାଟରେ ଜଳାର୍ଣ୍ଣବ ହୋଇଯାଇଛି । ତେବେ ଇତି ମଧ୍ୟରେ ପାକିସ୍ତାନର ଉତ୍ତର ପଶ୍ଚିମାଞ୍ଚଳରେ କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି। ଏହି କାରଣରୁ ଏଠାରେ ପ୍ରଳୟ ପରିସ୍ଥିତି ଉପୁଜିଛି । ମୂଷଳଧାର ବର୍ଷା କାରଣରୁ ଏଠାରେ ୧୭ ଜଣ ମୃତ୍ୟୁବରଣ କରିଛନ୍ତି ଓ ୧୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ପାକିସ୍ତାନର ତୋରଘାର ଜିଲ୍ଲାରେ ପ୍ରବଳ ବର୍ଷାରେ ଅନେକଙ୍କ ଘର ଜଳରେ ମିଶିଯାଇଛି । ଆଉ ଏଠାରେ ୧୧ ଜଣଙ୍କ ଶବ ମିଳିଛି ।

ଏନେଇ ସେଠାକାର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଉଦ୍ଧାରକାରୀ ମାନେ ଉକ୍ତ ସ୍ଥାନରେ ଖୋଜାଖୋଜି ଜାରି ରଖିଛନ୍ତି । ଏଥିରେ ମହିଳାଙ୍କ ସମେତ ଛୋଟ ପିଲାମାନେ ବି ରହିଛନ୍ତି । ଖାଲି ସେତିକି ନୁହେଁ ପାକିସ୍ତାନର ଏବ୍ଟାବାଦ୍ ରେ ଭୁସ୍ଖଳନ କାରଣରୁ ଏକ ଦମ୍ପତି ଏବଂ ତାଙ୍କ ପିଲାର ମୃତ୍ୟୁ ହୋଇଛି । ସେଠାକାର ପ୍ରାକୃତିକ ବିପର୍ଯ୍ୟନ୍ତ ଅଧିକାରୀ କହିଚନ୍ତି ଯେ, ଲୋକମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି । କିନ୍ତୁ ଭୁସ୍ଖଳନ ସୃଷ୍ଟି ହେଉଥିବା ପାହାଡ଼ିଆ ସ୍ଥାନ ମାନଙ୍କରେ ସମସ୍ୟା ଦେଖାଦେଇଛି । ପ୍ରବଳ ବର୍ଷା କାରଣରୁ ପାକିସ୍ତାନର ଅନେକ ଅଞ୍ଚଳରେ ବନ୍ୟା ସଙ୍କଟ ଦେଖାଦେଇଛି ।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *