ଇଂଲଣ୍ଡକୁ ଧରାଶାୟୀ କଲା ଟିମ୍ ଇଣ୍ଡିଆ, ୩-୧ ରେ ସିରିଜ୍ କବଜା କଲା ଭାରତ

ନୂଆଦିଲ୍ଲୀ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚକୁ ଗୋଟିଏ ଇଂନିସର ୨୫ ରନ୍‌ରେ ଜିତି ନେଇଛି ଭାରତ । ମାତ୍ର ୩ ଦିନରେ ଶେଷ ହୋଇଛି ଅନ୍ତିମ ଟେଷ୍ଟ । ଏହି ୪ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୩-୧ରେ ବିଜୟୀ ହୋଇଛି । ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ମାତ୍ର ୧୩୫ ରନରେ ଅଲଆଉଟ ହୋଇଯାଇଛି । ପଡିଆ ମଧ୍ୟରେ ପୁଣି ଅଶ୍ୱିନ-ଅକ୍ଷରଙ୍କ ଯୋଡି ଇଂଲଣ୍ଡ ବ୍ୟାଟ୍ସ ମ୍ୟାନ୍‌ଙ୍କୁ ଧୂଳି ଚଟାଇଛନ୍ତି । ଅକ୍ଷର ପଟେଲ ପୁଣି ଥରେ ୫ ୱିକେଟ୍ ହାସଲ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ୫ ୱିକେଟ୍ ହାସଲ କରିଛନ୍ତି ।

ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଡେନ୍ ଲୋରିନ୍ସ (୫୦) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଓପନର ଜ୍ୟାକ୍ କ୍ରାଉଲୀ ୫ ଏବଂ ଡୋମ୍ ଶିବଲୀ ୩ ରନ୍ କରି ଆଉଟ ହୋଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଜୋନି ବୟାରିଷ୍ଟୋ ଖାତା ଖୋଲି ପାରିନଥିଲେ । ଅଧିନାୟକ ଜୋ ରୁଟ୍ (୩୦ରନ୍‌)  କରିଥିଲ । ବେନ୍ ଷ୍ଟୋକସ୍ ୨ରନ୍ ଏବଂ ଓଲି ପୋପ୍ ୧୫ ରନ କରି ଆଉଟ ହୋଇଥିଲେ । ବେନ ଫୋକ୍ସ ୧୩ ରନ୍‌,  ଡୋମ୍ ବେସ୍ ୨ ରନ୍ କରି ଆଉଟ ହୋଇଥିବ ବେଳେ ଜେମ୍ସ ଆଣ୍ଡରସନ ୧ରନ କରି ଅପରାଜିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *