ଇଣ୍ଟରନେଟରୁ ହଟାଅ ମହିଳାଙ୍କ ଆପତ୍ତିଜନକ ଫଟୋ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ବିବାହିତ ମହିଳାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ଦିଲ୍ଲୀ ହାଇକୋର୍ଟ ଗୁଗୁଲ, ୟୁଟ୍ୟୁବ, ଦିଲ୍ଲୀ ପୁଲିସର ସାଇବର ସେଲ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କିତ ସାଇଟ୍‌ ଏବଂ ଲିଙ୍କକୁ ଇଣ୍ଟରନେଟରୁ ହଟାଇବା ପାଇଁ କୁହାଯାଇଛି । ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୧୬ ତାରିଖରେ କରିବାକୁ ସ୍ଥିର କରିଛନ୍ତି । ମହିଳାଙ୍କ ଆବେଦନ ଉପରେ ଜବାବ ରଖିବାକୁ ଗୁଗୁଲ, ୟୁଟ୍ୟୁବ, କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସାଇବର ସେଲକୁ ନିର୍ଦ୍ଦେଶ ଦେଇଛନ୍ତି । ଛଦ୍ମନାମରେ ପରିଚାଳିତ ହେଉଥିବା ଅଶ୍ଳୀଳ ସାଇଟଗୁଡ଼ିକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଜଣେ ମହିଳା ଆବେଦନ କରିଛନ୍ତି । ସେହିଭଳି ସାଇଟରେ ପ୍ରକାଶ ପାଉଥିବା ମହିଳାଙ୍କ ନଗ୍ନ, ଯୌନ ସଂପର୍କିତ କିମ୍ବା ବିକୃତ ଫଟୋକୁ ମଧ୍ୟ ହଟାଇବା ପାଇଁ ଗୁଗୁଲକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନରେ ପ୍ରାର୍ଥନା କରାଯାଇଛି । ଆସନ୍ତା ଶୁଣାଣି ପୂର୍ବରୁ ଆବେଦନକାରୀଙ୍କ ଏସବୁ ଫଟୋକୁ ହଟାଇବା ନିମନ୍ତେ ଗୁଗୁଲ, ୟୁଟ୍ୟୁବ, କେନ୍ଦ୍ର ଏବଂ ଦିଲ୍ଲୀ ପୁଲିସର ସାଇବର ସେଲର ଓକିଲମାନେ ପଦକ୍ଷେପ ନେବେ ବୋଲି କୋର୍ଟ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *