ଗଜପତିରେ ମୁଖ୍ୟ ଶାସନ ସଚିବ : ପାନୀୟ ଜଳ ପ୍ରକଳ୍ପ ଓ ପର୍ଯ୍ୟଟନସ୍ଥଳୀ ବିକାଶ କାର୍ଯ୍ୟର କଲେ ସମୀକ୍ଷା

ଗଜପତି: ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ନିଜେ ଫିଲ୍ଡ ଭିଜିଟ୍ କରିବା ସହ ବିକାଶମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା । ଏହି କ୍ରମରେ ଶନିବାର ଗଜପତି ଜିଲ୍ଲା ଗସ୍ତରେ ଯାଇ ତୁମ୍ୱା-ପୁରିଆସାହି ଓ ବୁରୁଖଟି ଅଞ୍ଚଳ ଚାଲିଥିବା ଇକୋ ଟୁରିଜମ୍ ପ୍ରକଳ୍ପର ସମୀକ୍ଷା କରିବା ସହ କୁନ୍ତି ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି। ଏଥିସହିତ ମହେନ୍ଦ୍ରଗିରି ପାହାଡ଼ ଉପରେ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ବିଶେଷକରି ଯୁଦ୍ଧିଷ୍ଟର ମନ୍ଦିର ଓ କୁନ୍ତି ମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହିତ ଶ୍ରୀ ମହାପାତ୍ର ଛେଳିଗଡ଼ ପାନୀୟ ଜଳ ପ୍ରକଳ୍ପ ଏବଂ ପର୍ଯଟନସ୍ଥଳୀ ଖସଡ଼ା ଜଳପ୍ରପାତର ଉନ୍ନତୀକରଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *