ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ୱଲପୁର: ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ୧୧୫ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଥିଲା । ସମଲେଶ୍ୱରୀଙ୍କ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ନୂଆ ଚାଉଳରେ ପ୍ରସ୍ତୁତ ଅନ୍ନ, ପିଠା, ଖିରୀ ଓ ଚୁଡ଼ା ଆସିବା ପରେ ମା’ଙ୍କ ପାଖରେ ଲାଗି ହୋଇଥିଲା । ପରେ ପାର୍ଶ୍ୱ ଦେବଦେବୀ ପାଖରେ ନବାନ୍ନ ଲାଗି ହୋଇଛି  । ଘରେ ଘରେ ମଧ୍ୟ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି  । ଆଜି ନୂଆ ଖାଇବେ ପୂରା ପଶ୍ଚିମ ଓଡ଼ିଶାବାସୀ । ଏହାପରେ ଜୁହାର ଭେଟ୍ ଓ ସଂଧ୍ୟାରେ ଭେଟଘାଟ୍ ପାଳନ କରାଯିବ । ଚଳିତବର୍ଷ କୋଭିଡ କଟକଣା ପାଇଁ ସବୁଠି ନୂଆଁଖାଇ ଭେଟଘାଟ ବନ୍ଦ ଥିବା ବେଳେ, ପରିବାର ସଦସ୍ୟଙ୍କ ଭେଟଘାଟ ପାଳିବେ । ନୂଆଁଖାଇ ପାଇଁ ପିଠାପଣାରେ ମହକୁଛି ସମଗ୍ର ପଶ୍ଚିମ ଓଡ଼ିଶା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *