ପ୍ରଥମ ସ୍ୱାମୀର ପୁଅ ହେଲା ଦ୍ୱିତୀୟ ପ୍ରେମରେ ଅଡୁଆ…..
ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ନିଜ ୧୦ ବର୍ଷ ପୁଅ ନିଖୋଜ ଥିବା ନେଇ ଜଣେ ମହିଳା ଥାନାରେ ନିଖୋଜ ମାମଲା ରୁଜ୍ଜୁ କରିଥିଲେ। ଉକ୍ତ ମହିଳାଙ୍କୁ ପୋଲିସ ଗିରଫ କରିଛି। MICO ଲେଆଉଟ୍ ତଦନ୍ତରେ ଜଣାପଡିଛି ଯେ ଶିଶୁଟି ଅଗଷ୍ଟ ମାସରେ ନିଖୋଜ ହୋଇଥିବା ମହିଳା ରିପୋର୍ଟ କରିଥିଲେ ଏବଂ ଚଳିତ ବର୍ଷ ଫେବୃଆରୀ ମାସରେ ଶିଶୁକୁ ମହିଳା ନିଜର ଦୁଇ ସହଯୋଗୀଙ୍କ ସହ ମିଶି ହତ୍ୟା କରିଥିଲେ। ତଦନ୍ତରୁ ଜଣାପଡିଛି ଯେ ଫେବୃଆରୀରେ ତାମିଲନାଡୁ ବାରଗୁର ଅଞ୍ଚଳରୁ ଉଦ୍ଧାର ହୋଇଥିବା ଅଚିହ୍ନା ଶିଶୁର ମୃତଦେହ ମହିଳାଙ୍କ ପୁଅର ଯାହାର ନିଖୋଜ ଖବର ମହିଳା ୭ ମାସରେ ଥାନାରେ ଦେଇଥିଲେ।
ଫେବୃଆରୀରେ ତାମିଲନାଡୁ କୃଷ୍ଣଗିରି ଜିଲ୍ଲା ପୋଲିସ ଜଣେ ୧୦ ବର୍ଷ ବାଳକର ମୃତଦେହ ଉଦ୍ଧାର କରିଥିଲା ଯାହାକୁ ବାରଗୁର ନିକଟ ଏକ ପାହାଡିଆ ଅଞ୍ଚଳରେ ନିର୍ଯ୍ୟାତନା ଦିଆଯାଇ ହତ୍ୟା କରାଯାଇଥିଲା। ଶବ ଜଣେ ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ଶିଶୁର ମୁଣ୍ଡରେ କେଶ ନଥିଲା, ତାକୁ ଲଣ୍ଡା କରାଯାଇଥିଲା, ପାଟିରେ ଲଙ୍କା ଗୁଣ୍ଡ ଥିଲା ଓ ସାରା ଶରୀରରେ ପୋଡା ଚିହ୍ନ ଥିଲା।ତାମିଲନାଡୁ ରାଜ୍ୟ ଆୟୋଗ ଶିଶୁ ଅଧିକାର ଓ ସୁରକ୍ଷା ଏହି ପ୍ରସଙ୍ଗରେ ପୋଲିସକୁ ରେଗୁଲାର ଷ୍ଟାଟସ ରିପୋର୍ଟ ମାଗିଥିଲେ। ବେଙ୍ଗାଲୁରୁର MICO ଲେଆଉଟ୍ ପୋଲିସ୍ ଅଗଷ୍ଟ ମାସର ଶେଷ ସପ୍ତାହରେ ପୁଅର ମା’ ଦ୍ୱାରା ଦାଖଲ ହୋଇଥିବା ନିଖୋଜ ରିପୋର୍ଟର ତଦନ୍ତ ଆରମ୍ଭ କରିଥିଲା।
ତାପରେ ମାମଲାର ଖୁଲାସା ହୋଇଥିଲା। ତଦନ୍ତରୁ ଜଣାପଡିଛି ଯେ, ପୁଅକୁ ମା ଛାଡ଼ିଦେଇଥିଲେ। ମହିଳା ତାଙ୍କ ସ୍ୱାମୀଠାରୁ ଅଲଗା ହୋଇଯାଇଥିଲେ ଏବଂ ସୁନୀଲ ନାମକ ନିଜର ପ୍ରେମିକ ସହିତ ରହୁଥିଲେ। ସୁନୀଲକୁ ପୋଲିସ ଲଗାତାର ପଚରାଉଚରା କରିବା ପରେ ଜାଣିବାକୁ ପାଇଲା ଯେ ଶିଶୁ ଦୁହିଁଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିଥିଲା। ତଦନ୍ତରୁ ଜଣାପଡିଛି ଯେ ଫେବୃଆରୀରେ ବେଙ୍ଗାଲୁରୁରେ ଶିଶୁକୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା ଏବଂ ତା ମୃତଦେହକୁ ଏକ ଘରୋଇ ଏଜେନ୍ସିରୁ ଭଡା କାରରେ ନିଆଯାଇ ବାରଗୁର ଅଞ୍ଚଳରେ ଫୋପାଡ଼ି ଦିଆଯାଇଥିଲା। ସୁନୀଲ, ଅଭିଯୁକ୍ତ ମହିଳା ଓ ଆଉ ଜଣେ ମହିଳା ଯିଏକି ସୁନୀଲର ସହଯୋଗୀ କାରରେ ଯାଇ ଶିଶୁର ଶବକୁ ସେଠାରେ ଫୋପାଡ଼ି ଦେଇ ଆସିଥିଲେ। ମହିଳା ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।