୨୮୦ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ବେପାରୀ ଅଟକ

ଜଳେଶ୍ବର : ଜଳେଶ୍ବର ପୋଲିସ ଦ୍ଵାରା ଜଳେଶ୍ବର ରାଜପୁର ନଦୀ ବନ୍ଧ ଅଂଚଳରୁ ୨୮୦ ଗ୍ରାମ୍ ବ୍ରାଉନସୁଗାର ଜବତ । ଦୁଇ ବ୍ରାଉନ ସୁଗାର ବେପାରୀ ଅଟକ । ଜବତ ବ୍ରାଉନ ସୁଗାରର ମୂଲ୍ୟ ୨୮ ଲକ୍ଷ ଟଙ୍କା । ଅଟକ ଦୁଇ ବ୍ରାଉନସୁଗାର ବେପାରୀ ହେଲେ ଝାଡ଼େଶ୍ବରପୁର ଅଞ୍ଚଳର ସମୀର ଖାଁ ଓ ରାଜପୁର ଅଂଚଳର ସେକ୍ ଆଈମତ (ବୁଦ୍ଧିଆ) । ଗୁରୁବାର କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ ଏକ ଟିମ୍ ଗଠନ କରି ବିଳମ୍ବିତ ରାତିରେ ଜଳେଶ୍ବର ଝାଡ଼େଶ୍ବରପୁର ଓ ରାଜପୁର ନଦୀ ବନ୍ଧ ଅଂଚଳରେ ଚଢ଼ାଉ କରିଥିଲା । ରାଜପୁର ନଦୀ ବନ୍ଧ ଅଞ୍ଚଳରେ ବ୍ରାଉନସୁଗାର ନେଣଦେଣ ଚାଲିଥିଲା ବେଳେ ଦୁଇ ବ୍ରାଉନସୁଗାର ବ୍ୟବସାୟୀକୁ ଅଟକ କରିବା ସହିତ ତାଙ୍କ ନିକଟରୁ ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅଟକ ଦୁଇ ବ୍ରାଉନସୁଗାର ବେପାରୀ ହେଲେ ଝାଡ଼େଶ୍ବରପୁର ଅଞ୍ଚଳର ସମୀର ଖାଁ ଓ ରାଜପୁର ଅଂଚଳର ସେକ୍ ଆଈମତ (ବୁଦ୍ଧିଆ) । ୨୯୭ ନଂରେ ମାମଲା ରୁଜୁ କରି ପୋଲିସ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *