ଛୁଆଙ୍କ ସଂକ୍ରମଣରେ ବ୍ରେକ ଲାଗୁ ନାହିଁ

ଭୁବନେଶ୍ୱର : ରାଜ୍ୟରେ ଛୁଆଙ୍କ ସଂକ୍ରମଣରେ ଲାଗୁ ନାହିଁ ବ୍ରେକ । ଦୈନିକ ୧୦୦ରୁ ଅଧିକ ଛୁଆଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୧୭ ଛୁଆ ଅଛନ୍ତି । ଯେଉଁମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ ଅଛନ୍ତି । ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ  ୩୨୭ ରହିଥିବାବେଳେ କଟକରୁ ୭୧ ଅଛନ୍ତି । ଆଉ ୍ୱାକି ସମସ୍ତ ଜିଲ୍ଲାରୁ ୩୫ ତଳେ ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୩୩୮କୁ ବୃଦ୍ଧି ପାଇଛି । ଆଜି ୬୯୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୮୯୫ରେ ପହଞ୍ଚିଛି । ରାଜ୍ୟରେ କରୋନାରେ ଆଉ ୮ ଆକ୍ରାନ୍ତ ଜୀବନ ଯାଇଛି । ଆଜିର ମୃତକଙ୍କ ମଧ୍ୟରେ ଅନୁଗୁଳୁରୁ ୩ ଥିବାବେଳେ ଖୋର୍ଦ୍ଧାରୁ ୨ ଏବଂ ମୟୂରଭଞ୍ଜ, ଯାଜପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୭୮କୁ ବୃଦ୍ଧି ପାଇଛି ।

ସେପଟେ କୋଭିଡ୍ ସଂକ୍ରମିତ ଛୁଆଙ୍କ ଭିତରେ ଏମଆଇ ସିଣ୍ଡ୍ରୋମ ବଢ଼ୁଛି, ଯାହାର ଉପଯୁକ୍ତ ଚିକିତ୍ସା ନ ହେଲେ ମାରାତ୍ମକ ହେବ ।  ତେଣୁ ଲକ୍ଷଣ ଦେଖା ଦେଉ ଦେଉ ଏହାର ଉପଯୁକ୍ତ ଚିକିତ୍ସା କରି ପିଲାଙ୍କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି,  କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କଠାରେ ଏମଆଇ ସିଣ୍ଡ୍ରୋମ ବଢୁଛି । ଦ୍ୱିତୀୟ ଲହରୀରେ ବହୁତ ପିଲା ଏମ୍‌ଆଇ ସିଣ୍ଟ୍ରୋମରେ ହସ୍ପିଟାଲ ଆସୁଛନ୍ତି । କୋଭିଡରୁ ସୁସ୍ଥ ହେବା ପରେ ପିଲାଙ୍କ ମୁଣ୍ଡବିନ୍ଧା ଓ ଝାଡ଼ାବାନ୍ତି ଭଳି ଲକ୍ଷଣ ରହୁଛି । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ । ଏବେ ଏହାର ଚିକିତ୍ସା ବ୍ୟବସ୍ଥା ସବୁ ମେଡିକାଲ କଲେଜରେ ଉପଲବ୍ଧ ଅଛି ।  ଖୁବ୍‌?ଶୀଘ୍ର ସବୁ ହସ୍ପିଟାଲରେ ଏହାର ଚିକିତ୍ସା ସୁବିଧା ମିଳିବ ବୋଲି ସେ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *