ଏପରି କରି ଓଜନ କମାଇଲେ କମେଡି କୁଇନ୍ ଭାରତୀ

ନୂଆଦିଲ୍ଲୀ : କମେଡିଆନ ଭାରତୀ ସିଂଙ୍କ ବର୍ତ୍ତମାନର ଲୁକ୍ ଆପଣ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ପୂର୍ବରୁ ୯୧ କିଗ୍ରା ଓଜନର ଥିବା ଭାରତୀ ୧୫ କିଗ୍ର ଓଜନ କମ କରି ବର୍ତ୍ତମାନ ୭୬ ରେ ରହିଛନ୍ତି । ଏହା ସହିତ ଭାରତୀ ନିଜ ଓଜନ ହ୍ରାସର ରାଜ ମଧ୍ୟ ଫ୍ୟାନ ମାନଙ୍କ ସହିତ ଶେୟାର କରିଛନ୍ତି । ଏପରିକି ଓଜନ ହ୍ରାସ ପରେ ଭାରତୀ ଅତ୍ୟନ୍ତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ଓଜନ ହ୍ରାସ ପରେ ସେ ବହୁତ ହାଲୁକା ଅନୁଭବ କରୁଥିବା ବେଳେ ଏହା ଦ୍ୱାରା ଅନ୍ୟାନ୍ୟ ଶାରୀରିକ ସମସ୍ୟା ମଧ୍ୟ ନିୟନ୍ତ୍ରଣରେ ରହୁଛି ବୋଲି କହିଛନ୍ତି ଭାରତୀ । ୩୦-୩୨ ବର୍ଷ ଯାଏଁ ମୁଁ ଅଧିକ ଖାଦ୍ୟ ଖାଉଥିଲି । ଏବେ ଶାରୀରିକ ଅବସ୍ଥା ଏମିତି କି ସନ୍ଧ୍ୟା ୭ଟା ପରେ ରାତ୍ର ଭୋଜନ ସମ୍ଭବ ନୁହେଁ । ତେଣୁ ସନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏଁ ସେ ଖାଦ୍ୟ ଗ୍ରହଣ କରନ୍ତି ନାହିଁ ବୋଲି ଭାରତୀ କହିଛନ୍ତି । ଏହି ଖାଦ୍ୟାଭ୍ୟାସ ହିଁ ତାଙ୍କୁ ଓଜନ କମ କରିବାରେ ସହାୟତା କରିଛି ବୋଲି ଭାରତୀ କହିଛନ୍ତି । ଓଜନ କମ କରି ପାରିଥିବାରୁ ନିଜକୁ ନେଇ ସେ ଗର୍ବିତ ବୋଲି କହିଛନ୍ତି ଭାରତୀ । ବର୍ତ୍ତମାନ ଭାରତୀ ଦ କପିଲ ଶର୍ମା ଶୋ ଏବଂ ଡ୍ୟାନ୍ସ ଦିୱାନେରେ ନଜର ଆସିବାକୁ ଯାଉଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *