ରାଜଧାନୀରେ ଲୁଟେରାକୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ଭୁବନେଶ୍ବର : ଲୁଟେରାକୁ ନିସ୍ତୁକ ମାଡ଼ । ରାଜଧାନୀରେ ଜଣେ ଲୁଟେରାକୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ବସ୍ ଷ୍ଟପରେ ଅପେକ୍ଷାରତ ଯାତ୍ରୀଙ୍କ ଠାରୁ ଲୁଟ୍ କରିଥିଲେ ଲୁଟେରା। ଲୁଟ୍ର ଶିକାର ହୋଇଥିବା ରଶ୍ମିରଞ୍ଜନ ସାହୁ ତାଙ୍କ ସାଙ୍ଗଙ୍କ ସହ କଥା ହେବା ସମୟରେ ଦୁଇ ଜଣ ଲୁଟେରା ନିଶାଶକ୍ତ ଅବସ୍ଥାରେ ଆସିଥିଲେ । ରଶ୍ମିରଞ୍ଜନଙ୍କ ଠାରୁ ମୋବାଇଲ ଫୋନ ଏବଂ ଟଙ୍କା ଛଡାଇ ନେଇଥିଲେ । ପ୍ରତିବାଦ କରିବାରୁ ବସ ଷ୍ଟପ ପଛରେ ଥିବା ଏକ ସ୍ଥାନକୁ ନେଇ ହକି ଷ୍ଟିକରେ ମାରିଥିବା ଅଭିଯୋଗ ହୋଇଛି । ରଶ୍ମିରଞ୍ଜନଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକ ଘେରି ଯାଇଥିଲେ । ଜଣଙ୍କୁ କାବୁ କରିଥିବାବେଳେ ଅନ୍ୟ ଜଣେ ୧୫ ହଜାର ଟଙ୍କା ସହ ଫେରାର ହୋଇଯାଇଛି। ଅଭିଯୁକ୍ତ ପପୁନ ବେହେରାକୁ ଗିରଫ କରିଛି ପୋଲିସ। ଗିରଫ ପପୁନ ସାହାଯ୍ୟରେ ହତିଆସୁଣି ବସ୍ତିରୁ ଅନ୍ୟ ଜଣେ ଲୁଟେରା ଧରିଛି ପୋଲିସ୍।