ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ : ୪ ମୃତ, ୩୦ରୁ ଅଧିକ ଆହତ

ଅଲୀଗଡ : ଉତ୍ତରପ୍ରଦେଶ ଅଲୀଗଡ ଜିଲ୍ଲାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୨ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଲୋଧା ଥାନା ଅନ୍ତର୍ଗତ କରସୁଆ ଗାଁ ନିକଟରେ ଘଟିଛି ।

ସୂଚନା ଅନୁଯାୟୀ, ଅଲୀଗଡ ପଟୁ ଆସୁଥିବା ବସଟିର ଏକ ଚକା ହଠାତ ଫାଟିଯିବାରୁ ବସଟି ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଡରକୁ ପାର କରି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଖୈର ପଟୁ ଆସୁଥିବା ଅନ୍ୟ ଏକ ବସ ସହ ଧକ୍କା ହୋଇଥିଲା । ବସ ସହ ବସ ଧକ୍କା ହେବା ପରେ ୨ଟି ବସରେ ଥିବା ୫୦ ରୁ ଅଧିକ ଯାତ୍ରୀଙ୍କ ଚିତ୍କାର ଶୁଭିଥିଲା । ଏହାପରେ ନିକଟରେ ଚାଷ ଜମିରେ କାମ କରୁଥିବା କୃଷକ ପ୍ରଥମେ ଗୁରୁତର ଆହତଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ସ୍ଥାନୀୟଲୋକେ ଘଟଣାସ୍ଥଳରୁ ସଭିଁଙ୍କୁ ଉଦ୍ଧାର କରିଥିଲେ । ହସ୍ପିଟାଲରେ ଏବେ ୩୦ ରୁ ଅଧିକ ଯାତ୍ରୀ ଚିକିତ୍ସିତ ହେଉଥିବା ନେଇ ଜଣାପଡିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *