ମହିଳାଙ୍କ କାମ କେବଳ ଛୁଆ ଜନ୍ମ କରିବା : ତାଲିବାନ ମୁଖପାତ୍ର

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ମହିଳାଙ୍କୁ ସାମିଲ୍ ପାଇଁ ବିକ୍ଷୋଭ, ବିରୋଧ ହେଉଛି । ତେବେ ସରକାରରେ କୌଣସି ମହିଳାଙ୍କୁ ମନ୍ତ୍ରୀ କରାଯିବ ନାହିଁ, ସେମାନେ କେବଳ ଛୁଆ ଜନ୍ମ କରିବା ଉଚିତ୍ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର । ସ୍ଥାନୀୟ ମିଡିଆ ଟୋଲୋ ନ୍ୟୁଜ୍ ତାଲିବାନ ମୁଖପାତ୍ରଙ୍କ ସୂତ୍ରରୁ ଟ୍ୱିଟ୍ କରିଛି । ଜଣେ ମହିଳା ମନ୍ତ୍ରୀ ହୋଇପାରିବେ ନାହିଁ । ଯେମିତି ଗାଲରେ କିଛି ମାରିଲେ ସମ୍ଭାଳି ପାରନ୍ତି ନାହିଁ । ସେହିଭଳି ଜଣେ ମହିଳା କ୍ୟାବିନେଟରେ ରହିବା ଜରୁରୀ ନୁହେଁ, ତାଙ୍କୁ ଛୁଆ ଜନ୍ମ କରିବା ଉଚିତ୍ । ମହିଳା ବିକ୍ଷୋଭକାରୀ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ପ୍ରତିନିଧିତ୍ୱ କରୁନାହାଁନ୍ତି । ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଲୋକ ଭୟ ଓ ଆଶଙ୍କା ଭିତରେ ଅଛନ୍ତି । ଗତ କିଛିଦିନ ହେଲା କାବୁଲ ସମେତ ଅନ୍ୟ କେତେକ ସହରରେ ତାଲିବାନ ସରକାରକୁ ବିରୋଧ କରି ବିକ୍ଷୋଭ ଜାରି ରହିଛି । ଏହି ପ୍ରଦର୍ଶନର ନେତୃତ୍ୱ ନେଉଛନ୍ତି ମହିଳା ।

ତେବେ ଏହି ବିରୋଧକୁ ତାଲିବାନ ବରଦାସ୍ତ କରିପାରୁ ନାହିଁ । ଏଥିପାଇଁ ବିକ୍ଷୋଭ କରୁଥିବା ମହିଳା, ସାଧାରଣ ଲୋକ ଓ ବିକ୍ଷୋଭ ସମ୍ବନ୍ଧୀୟ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ତାଲିବାନ ରାଗ ସୁଝାଉଛି । ତାଲିବାନ ଅନ୍ତରୀଣ ସରକାର ଘୋଷଣା କରିବା ପରେ ସରକାରରେ ମହିଳାଙ୍କୁ ସାମିଲ୍ ପାଇଁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି । ବିକ୍ଷୋଭ ବହୁତ ଛୋଟ ଥିଲେ ମଧ୍ୟ ତାଲିବାନ ଡରି ଯାଇଛି । ମହିଳାଙ୍କୁ ମାଡ଼ ମାରିବା ସହ ସାମ୍ବାଦିକଙ୍କୁ ପିଟିଛି ତାଲିବାନ । ସରକାର ପୁନର୍ଗଠନ ପରେ କେହି ବିନା ଅନୁମତିରେ କୌଣସି ବିକ୍ଷୋଭ କରିପାରିବେ ନାହିଁ ବୋଲି ତାଲିବାନ ଘୋଷଣା କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *