ମା’ ସାମ୍ନାରେ ଚାଲିଗଲା ପୁଅର ଜୀବନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବରୋବାହାଲ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ବର୍ଷର ଶିଶୁର ମୃତ୍ୟୁ  । ବରୋବାହାଲ ଗାଁ ମଗସିର ପୁଟେଲଙ୍କ ୪ବର୍ଷର ଶିଶୁ ବିବେକ ପୁଟେଲର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମୃତ ଶିଶୁର ପରିବାର ଲୋକଙ୍କ ପକ୍ଷରୁ କ୍ଷତିପୂରଣ ଦାବି ନେଇ ରାୟପୁର-ଗୋପାଳପୁର ୫୯ ନମ୍ୱର ଜାତୀୟ ରାଜପଥର ବରୋବାହାଲ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଓ ସ୍ଥାନୀୟ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ପରିବାର ଲୋକଙ୍କ କହିବା ଅନୁସାରେ ମୃତ ବିବେକ ଓ ତା’ ମାଆ ରାସ୍ତା ପାର ହେଉଥିବା ସମୟରେ ଖଡ଼ିଆଳ ପଟରୁ ଆସୁଥିବା ବାଇକ ଜୋରରେ ଧକ୍କା ଦେଇଥିଲା । ଗୁରୁତର ଅଵସ୍ଥାରେ ଶିଶୁକୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେବା ସମୟରେ ଶିଶୁର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେବେ ବାଇକ୍‌କୁ ଗାଁ ଲୋକେ ଜବତ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *