ସାଙ୍ଗକୁ ମାରିଦେଲେ ସାଙ୍ଗ

ପୁରୀ: ପୁରୀରେ ଜଣେ ନାବାଳକକୁ ହତ୍ୟା କରାଯାଇଛି । ହତ୍ୟା ପରେ ବେଳାଭୂମିରେ ମୃତଦେହ ଫିଙ୍ଗି ହତ୍ୟାକାରୀ ଫେରାର୍ ହୋଇଯାଇଛନ୍ତି । ମୃତ ନାବାଳକ ବଳିଆପଣ୍ଡା ବସ୍ତିର ଦୀନବନ୍ଧୁ ସାହୁଙ୍କ ପୁଅ ଶୁଭମ୍ ସାହୁ (୧୬) । ମୃତଦେହ ମିଳିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଶୁଭମ୍ ଘରୁ କେଉଁଆଡେ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି କରିବା ପରେ ଶୁଭମ୍‌ର ପତ୍ତା ନମିଳିବାରୁ ବାପା ଦୀନବନ୍ଧୁ ଏନେଇ ସନ୍ଧ୍ୟାରେ ବଳିଆପଣ୍ଡା ଥାନାରେ ଅପହରଣ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତିକରି ଦଫା ୩୬୩ ବଳରେ ଅପହରଣ ମାମଲା ରୁଜୁ କରିଥିଲା । କିନ୍ତୁ ଶୁଭମ୍‌ର ବସ୍ତ୍ରହୀନ ନିସ୍ତେଜ ଶରୀର ହୋଟେଲ୍ ଶୁଭ୍ ପ୍ୟାଲେସ୍ ସମ୍ମୁଖ ବେଳାଭୂମିରେ ପଡ଼ିଥିବା କେତେକ ମତ୍ସ୍ୟଜୀବୀ ଦେଖିଥିଲେ । ଖବର ପ୍ରଚାରିତ ହେବା ପରେ ପରିବାର ଲୋକେ ପହଞ୍ଚି ଶୁଭମ୍‌କୁ ସଦର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ପୁଅକୁ କେହି ହତ୍ୟାକରି ବେଳାଭୂମିରେ ଫିଙ୍ଗି ଦେଇଥିବା ନେଇ ଦୀନବନ୍ଧୁ ଅଭିଯୋଗ କରିଥିଲେ । କିଛି ସାଙ୍ଗଙ୍କ ସହ ଶୁଭମ୍‌ର ଝଗଡ଼ା ହୋଇଥିବା କାରଣକୁ କେନ୍ଦ୍ରକରି ତାକୁ ହତ୍ୟା କରାଯାଇଥିବା ସେ ଏତଲା ଦେଇଥିଲେ । ପରେ ପୋଲିସ ଅପହରଣ ମାମଲାକୁ ହତ୍ୟା ମାମଲାକୁ ବଦଳାଇ ଛାନ୍‌ଭିନ୍ ଆରମ୍ଭ କରିଥିବା କହିଛନ୍ତି ଆଇଆଇସି କୁଳମଣି ସେଠୀ । ଶୁଭମ୍ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରୁଥିଲେ ବୋଲି ପୋଲିସ କହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *