ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପୌଷ୍ୟ ସ୍କୁଲ ପରିଦର୍ଶନ ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା

କଟକ(ବିଜୟ କୁମାର ପଣ୍ଡା): ଗୁରୁଦିବସ ଦିନ ପଞ୍ଚାୟତିରାଜ,ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମାଧ୍ୟମିକ ପରିଷଦ ଉଚ୍ଚ ବିଦ୍ୟାଳୟ (ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ)କୁ ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ଏହି ବିଦ୍ୟାଳୟ ମୋ ସ୍କୁଲ ଯୋଜନାରେ ସାମିଲ ହୋଇଥିବା ବେଳେ ଏଠାରେ ୫ଟି ଆଧାରରେ ରୂପାନ୍ତରଣ ପ୍ରକ୍ରିୟା କାର୍ଯ୍ୟକୁ ସିଏମସି ଜରିଆରେ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ କହିଥିଲେ । ମନ୍ତ୍ରୀ ବିଦ୍ୟାଳୟର ଉନ୍ନତି ସମ୍ପର୍କରେ ସମୀକ୍ଷା କରି ନବମ ଓ ଦଶମ ଶ୍ରେଣୀ ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ଉଭୟ ଯୋଜନାରେ ଆଉ ଦୁଇ ଦୁଇଟି ଶ୍ରେଣୀ ଗୃହର ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳଙ୍କୁ କହିଥିଲେ । ବିଦ୍ୟାଳୟର ସମ୍ପୂର୍ଣ୍ଣ ମରାମତି, କ୍ରୀଡା, ଉଦ୍ୟାନ ତଥା ଅନ୍ୟାନ୍ୟ ଭିତ୍ତିଭୂମିର ଉନ୍ନତି ସହ ନବୀକରଣ କାର୍ଯ୍ୟ, ଛାତ୍ର ଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଓ ଶିକ୍ଷାର ଗୁଣାତ୍ମକ ମାନ ବଜାଇ ରଖିବା ତଥା ଶିକ୍ଷକ ନିଯୁକ୍ତି ଆଦି ସମ୍ପର୍କରେ ମଧ୍ୟ ପରିଷଦର ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରଥିଲେ । ଆବଶ୍ୟକୀୟ ଥିବା ଆନୁସଙ୍ଗିକ ସମସ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ଉପସ୍ଥିତ ଥିବା ଜିଲ୍ଳାପାଳ,ସି ଏମ ସି କମିଶନର,
ଏବଂ ପୂର୍ତ୍ତ ତଥା ଜନସ୍ୱାସ୍ଥ୍ୟ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ ।ଏହି ଅବସରରରେ ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ,ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ, ସି ଏମ ସି କମିଶନର ଅନନ୍ୟା ଦାସ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଡ଼ ରାମାସିସ ହାଜ଼ରା,ପରିଷଦର ସଚିବ ଶ୍ରୀ ଶ୍ରୀକାନ୍ତ ତରେଇ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ ବେହେରା, ପୁରାତନ ଛାତ୍ର ସଂସଦର ସଭାପତି ଡ଼ା ମଞ୍ଜୁଶ୍ରୀ ପଟ୍ଟନାୟକ,ଶ୍ରୀ ସମୀର ପରିଜାଙ୍କ ସମେତ ବିଦ୍ୟାଳୟର ବର୍ତ୍ତମାନ ତଥା ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ,ପୁରାତନ ଛାତ୍ର,ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *