ବିଧାନସଭା ଘେରିବାକୁ କିନ୍ନର ସଂଘ ସଜବାଜ

ଢେଙ୍କାନାଳ : ଆଜି ଢେଙ୍କାନାଳ କିନ୍ନର ସଙ୍ଗଠନ ତରଫରୁ କିନ୍ନର ମାନଙ୍କର ବିଭିନ୍ନ ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ କିନ୍ନର ମାନଙ୍କ ସୁରକ୍ଷା , ସମ୍ମାନ ଏବଂ ଅଧିକାର ନେଇ ରାଜ୍ୟ ସରକାରଙ୍କ ଦାବି ଉପସ୍ଥାପନ କରାଯାଇଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଥିଲା ଯେ କିନ୍ନର ମାନଙ୍କୁ ତୁରନ୍ତ ମାନବୀୟ ବ୍ୟବହାର ସହିତ ସାଧାରଣ ନାଗରିକ ମାନଙ୍କ ଭଳି ସମସ୍ତ ମୌଳିକ ଅଧିକାର ରାଜ୍ୟ ଏବ ” କେନ୍ଦ୍ର ସରକାର ସୁନିଶ୍ଚିତ କରନ୍ତୁ । ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଉଭୟ ସରକାର ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ନେଇନାହାନ୍ତି । ରାଜ୍ୟ ସରକାର ୨୯ / ୦୯ / ୨୦୧୫ ଅନ୍ତଦୟ ଅର୍ଣ୍ଣ ଯୋଜନାରେ ୧୪୦୦୦ଯୋଜନାରେ କିନ୍ନର ମାନଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଘୋଷଣା କରିଥିଲେ । କିନ୍ତୁ ଆଜି ସୁଧା ସମସ୍ତ କିନ୍ନର ଙ୍କୁ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ ।

ରାଜ୍ୟର ସମସ୍ତ କିନ୍ନରଙ୍କୁ ପେନସନ ଯୋଗାଇ ଦିଅନ୍ତୁ । ସରକାର ତୁରନ୍ତ ଜିଲ୍ଲାର ସମସ୍ତ କିନ୍ନରଙ୍କୁ ଜାଗା ମିଶନ ଜରିଆରେ ଜମି ପଟ୍ଟା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦିଅନ୍ତୁ । ସ୍ୱାସ୍ଥ୍ୟ ବୀମା ଯୋଜନାରେ ଝଜଝ ସର୍ଜରୀ ପାଇଁ ବ୍ୟବସ୍ଥା ସହିତ ସମସ୍ତ କିନ୍ନର ମାନଙ୍କୁ ବୀମା ଯୋଜନାରେ ଅର୍ତ୍ତଭୁକ୍ତ କରାଯାଉ ଏବଂ କିନ୍ନର ମାନଙ୍କ ସାମଗ୍ରିକ ବିକାଶ ଏବଂ ସ୍ୱାବଲମ୍ବୀ କରିବା ପାଇଁ ଯଥା ଶୀଘ୍ର ରାଜ୍ୟରେ କିନ୍ନର କଲ୍ୟାଣ ବୋର୍ଡ ଗଠନ କରିବା ଏବଂ ୬୦ ପ୍ରତିଶତ କିନ୍ନର ପ୍ରତିନିଧିତ୍ୱ ବ୍ୟବସ୍ଥା କରନ୍ତୁ ଏବଂ ସରକାରୀ ଚାକିରୀ , ଶିକ୍ଷା ଓ ନିର୍ବାଚନ ରେ କିନ୍ନରମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଉ । ସୁରକ୍ଷା ନିମନ୍ତେ ରାଜ୍ୟ ର ସମସ୍ତ ପୋଲିସ ଥାନା ରେ ସହାୟତା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଉ । ଏ ସମସ୍ତ ପ୍ରସଙ୍ଗରେ ଆସନ୍ତା ୭ ତାରିଖ ରେ ଭୁବନେଶ୍ୱର ଚାଲ ର ଡାକରା ଦେଇଛି କିନ୍ନର ମହାସଂଘ ଏବଂ ମହାମହିମ ରାଜ୍ୟପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଢେଙ୍କାନାଳ କିନ୍ନର ସଂଘର ଅଧ୍ୟକ୍ଷା ଛବିରାଣୀ କହିଛନ୍ତି । ସମ୍ମିଳନୀରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *