ଆମ ଧୈର୍ଯ୍ୟର ପରୀକ୍ଷା ନିଅନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟ୍ରିବ୍ୟୁନାଲ ସଂସ୍କାର ଆଇନ ପ୍ରସଙ୍ଗରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଥିବାରୁ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନା, ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ଏଲ.ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ପୀଠ ସୋମବାର ମାମଲାର ଶୁଣାଣି କରି କହିଛନ୍ତି ଯେ ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ଆମ ଧୈର୍ଯ୍ୟର ପରୀକ୍ଷା ନେବା ଅନୁଚିତ । ଦେଶର ବିଭିନ୍ନ ଟ୍ରିବ୍ୟୁନାଲରେ ଶତାଧିକ ବିଚାରପତି ପଦ ଖାଲିପଡିଥିବାବେଳେ କେନ୍ଦ୍ର ସରକାର ଉଦ୍ଦେଶ୍ୟମୂଳକଭାବେ ଏଗୁଡିକୁ ପୂରଣ କରୁନଥିବା ସୁପ୍ରିମକୋର୍ଟ କହିଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି ବୋଲି ଜଷ୍ଟିସ ରମନା ଆକ୍ଷେପ କରିଛନ୍ତି । ଏଥିରୁ ଜଣାପଡୁଛି ଯେପରି ସେମାନେ ଆମ ଧୈର୍ଯ୍ୟର ପରୀକ୍ଷା ନେଉଛନ୍ତି ।

ପୂର୍ବ ନିର୍ଦ୍ଦେଶ ପରଠାରୁ ଟ୍ରିବ୍ୟୁନାଲଗୁଡିକରେ କେତେଜଣ ବିଚାରପତି ନିଯୁକ୍ତ ହୋଇସାରିଲେଣି ବୋଲି ଜଷ୍ଟିସ ରମନା ପ୍ରଶ୍ନ କରିଛନ୍ତି । ସରକାର କହୁଛନ୍ତି, କେତେକଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ଏହାର ପ୍ରମାଣ କାହିଁ ବୋଲି ସେ ପଚାରିଛନ୍ତି । ଅପରପକ୍ଷରେ ଆବଶ୍ୟକ ବିଚାରପତି ନଥିବାରୁ ଏନ୍‌ସିଏଲଟି ଓ ଏନ୍‌ସିଏଲଏଟି ଭଳି ଟ୍ରିବ୍ୟୁନାଲର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଅତିଷ୍ଠ ହୋଇପଡିଲେଣି ବୋଲି ଜଷ୍ଟିସ ରମନା ମତବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ନିକଟରେ ବର୍ତ୍ତମାନ ୩ଟି ବିକଳ୍ପ ରହିଥିବା ସେ କହିଛନ୍ତି । ପ୍ରଥମେ ଏହି ନିୟମ ଉପରେ ପ୍ରତିବନ୍ଧକ ଲାଗୁ କରିବା । ଦ୍ୱିତୀୟରେ ସବୁ ଟ୍ରିବ୍ୟୁନାଲଗୁଡିକୁ ବନ୍ଦକରି ସେହି ଦାୟିତ୍ୱ ହାଇକୋର୍ଟଙ୍କ ଉପରେ ନ୍ୟସ୍ତ କରାଯିବ ।

ନଚେତ ତୃତୀୟରେ ସୁପ୍ରିମକୋର୍ଟ ନିଜଆଡୁ ଟ୍ରିବ୍ୟୁନାଲରେ ବିଚାରପତି ନିଯୁକ୍ତ କରିବେ । ପୁନଶ୍ଚ ଏହି ଆଇନକୁ ବିରୋଧ କରି କଂଗ୍ରେସ ସାଂସଦ ଜୟରାମ ରମେଶଙ୍କ ପକ୍ଷରୁ ଆଗତ ଏକ ପିଟିସନକୁ ବିଚାରକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସରକାରଙ୍କ ସହ ମୁହାଁମୁହିଁ ହେବାକୁ ସୁପ୍ରିମକୋର୍ଟ ଆଗ୍ରହୀ ନଥିଲେ ସୁଦ୍ଧା ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩କୁ ଧାର୍ଯ୍ୟ କରାଯାଇଛି । ସେହି ସମୟ ସୁଦ୍ଧା ଟ୍ରିବ୍ୟୁନାଲରେ ବିଚାରପତି ପଦ ପୂରଣ କରିବାକୁ କେନ୍ଦ୍ରକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *