ପ୍ରେମବିବାହ କାଳହେଲା : ସ୍ତ୍ରୀକୁ ହତ୍ୟାକରି ଆତ୍ମସମର୍ପଣ ସ୍ୱାମୀ

ତୁମୁଡ଼ିବାଡି : ପ୍ରେମ ବିବାହ ଯେ ଦିନେ ଏଭଳି ପରିସ୍ଥିତିରେ ପହଞ୍ôଚବ କେହି ମଧ୍ୟ ଭାବିନଥିଲେ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅର୍ନ୍ତଗତ ବଡସାହି ଗ୍ରାମରେ ପ୍ରେମିକା ସ୍ତ୍ରୀକୁ ଶିକ୍ଷକ ସ୍ୱାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବଡସାହି ଗ୍ରାମର ହାଡିପା ପରାସେଠ୍‌ଙ୍କ ପୁଅ ରାଜେଶ୍ୱର ପରାସେଠ୍ ଦେଶୁଘାଟି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ତିନିମାସ ତଳେ ଲଙ୍କାଗଡ ଗ୍ରାମର ଅଭିମନ୍ୟୁ ଦେଶୀନାୟକ (ନିଜ ମାମୁ)ଙ୍କ ଏକମାତ୍ର ଝିଅ ସ୍ୱୟଂପ୍ରଭାଙ୍କୁ ପ୍ରେମ ବିବାହ କରିଥିଲେ । ଗତକାଲି ରାତିରେ କୌଣସି ଏକ କାରଣରୁ ସ୍ତ୍ରୀର ଗଳାଚିପି ହତ୍ୟା କରିଥିଲେ । ପରେ ବେଲଘର ଥାନାରେ ନିଜେ ଯାଇ ଆତ୍ମସମର୍ପଣ କରିଥିଲେ ରାଜେଶ୍ୱର । ଆଜି ସକାଳେ ଝିଅ ଘର ପରିବାର ଲୋକ ଲଙ୍କାଗଡରୁ ଆସି ଝିଅର ମୃତ୍ୟୁ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ଥାନା ଅଧିକାରି ଦୀପକ ରାଉତ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *