ଖଣ୍ଡଗିରି ପାହାଡରେ ଲାଗିଲା ନିଆଁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ପାହାଡରେ ଲାଗିଛି ନିଆଁ । ନିଆଁ ଲିଭାଇବାକୁ ଅଗ୍ନିଶମ ବାହୀନି ପକ୍ଷରୁ ପ୍ରୟାସ ଜାରି ରହିଛି । ଖବର ପାଇଁ ଖଣ୍ଡଗିରି ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଖଣ୍ଡଗିରି ପାହାଡରେ କେମିତି ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ।

ଏହା ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିଲା । ଏହାଦ୍ୱାର ବହୁ ଔଷଧୀୟ ବୃକ୍ଷ ଓ ବନ୍ୟଜନ୍ତୁ ପୋଡ଼ି ହୋଇ ମରିବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ଲୋକେ ଓ ଜଙ୍ଗଲି ଜନ୍ତୁ ଭୟଭୀତ । ଏ ନେଇ ଶିମିଳିପାଳକୁ ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଟିମ୍ଏ ପଠାଯାଇଥିଲା । ସେହିପରି ବାଲେଶ୍ୱର ନୀଳଗିରି ତିନିକୋଶିଆ ଜଙ୍ଗଲର ୭ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିଲା । ନିଆଁ ଲାଗିବା ଯୋଗୁଁ ଜଙ୍ଗଲରେ ନିଆଁ ଯୋଗୁଁ ବନ୍ୟଜନ୍ତୁ ସହର ମୁହାଁ ହୋଇଥିଲେ । ଫଳରେ ସହରରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *