କାବୁଲ ଛାଡିଲେ ଆମେରିକା ସେନା

କାବୁଲ: ତାଲିବାନ୍ କବଜାରେ ଥିବା ଆଫଗାନିସ୍ତାନରୁ ୨୦ ବର୍ଷ ପରେ ସମ୍ପୂର୍ଣ୍ଣ ଓହରି ଆସିଛନ୍ତି ଆମେରିକା ସେନା । ପୂର୍ବ ନିଷ୍ପତ୍ତି ଅନୁସାରେ ଆଫଗାନିସ୍ତାନ ଛାଡିଛନ୍ତି ସବୁ ଆମେରିକୀୟ ସେନା । ଆଉ ଆମେରିକୀୟଙ୍କ ଜୀବନହାନି ହେବାକୁ ଦିଆଯିବନି ବୋଲି କହିଛନ୍ତି ରାଷ୍ଟ୍ରପତି ବାଇଡେନ୍ । ତେବେ ସମୟସୀମା ପୂର୍ବରୁ ଆଫଗାନିସ୍ତାନରୁ ଆମେରିକା ସେନା ସି-୧୭ ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତି । ଏହା ସହ ବାଇଡେନ୍ କହିଛନ୍ତି ଯେ, ‘ଆଫଗାନିସ୍ତାନରେ ଆମେରିକାର ୨୦ ବର୍ଷର ସେନା ଉପସ୍ଥିତି ଶେଷ ହୋଇଛି । କାହିଁକି ଆଫଗାନିସ୍ତାନ ଛାଡିଲୁ, ତାହା ଦେଶବାସୀଙ୍କୁ ଅବଗତ କରିବୁ ।’ ଆମେରିକାର ସମସ୍ତ ସେନା ପ୍ରତ୍ୟାହାର ପରେ ସେ ଏହା ଘୋଷଣା କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *