ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି; ସାରା ରାଜ୍ୟରୁ ହଟିଲା ସପ୍ତାହନ୍ତ ଶଟଡାଉନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ଏସଆରସି ପ୍ରଦୀପ ଜେନା ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ ଲାଇନ ଘୋଷଣା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଆସନ୍ତା ଅକ୍ଟୋବର ୧ ତାରିଖ ଯାଏଁ ଏହି ଗାଇଡ ଲାଇନରେ କିଛି କୋହଳ କରାଯାଇଛି । ଅକ୍ଟୋବର ୧ ପର୍ଯ୍ୟନ୍ତ ଏହି ନୂତନ ଗାଇଡ ଲାଇନ ବଳବତ୍ତର ରହିବ । ସମଗ୍ର ରାଜ୍ୟରୁ ସପ୍ତାହନ୍ତ ଶଟଡାଉନ ହଟାଇ ଦିଆଯାଇଛି । ପୂର୍ବରୁ କଟକ, ଭୁବନେଶ୍ୱର ଏବଂ ପୁରୀରେ ସପ୍ତାହନ୍ତ ଶଟଡାଉନ ବଳବତ୍ତର ରହିଥିଲା । ଏହା ସହିତ କେବଳ ପୌରାଞ୍ଚଳ ଏବଂ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଭୋର ୫ଟାରୁ ରାତି ୧୦ଟା ମଧ୍ୟରେ ସମସ୍ତ ଦୋକାନ ବଜାର ଖୋଲା ରହିବ । ସେହିପରି ବିଭିନ୍ନ ମନ୍ଦିର, ଶୋଭାଯାତ୍ରା ଏବଂ ରାଜନୈତିକ ଶୋଭାଯାତ୍ରା ଉପରେ ପୂର୍ବପରି ଅଙ୍କୁଶ ଲଗାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ସିନେମା ହଲ ଖୋଲାଯାଇଥିବା ବେଳେ କରୋନା ନିୟମ ଅନୁଯାୟୀ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ । ପୂର୍ବରୁ ବିବାହ ପାଇଁ ୫୦ ଲୋକଙ୍କୁ ଅନୁମତି ଥିବା ବେଳେ ବର୍ତ୍ତମାନ ୨୫୦ ଲୋକଙ୍କୁ ଅଂଶଗ୍ରହଣ ପାଇଁ ଅନୁମତି ମିଳିଛି । ଏହି କାର୍ଯ୍ୟକ୍ରମରେ କରୋନା ନିୟମ ପାଳନ ବାଧ୍ୟତାମୂଳକ ରଖାଯାଇଛି । ବିବାହ ଶୋଭାଯାତ୍ରାରେ ୫୦ରୁ ଅଧିକ ଲୋକଙ୍କ ସାମିଲ ହେବା ଉପରେ କଟକଣା ଜାରି କରାଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *