ଇ-ଯାନ ପଲିସି ସହ ୧୪ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ
ଭୁବନେଶ୍ୱର: ଏଣିକି ବିଦ୍ୟୁତ୍ ଚାଳିତ ଗାଡ଼ି କିଣିଲେ ମିଳିବ ସରକାରୀ ପ୍ରୋତ୍ସାହନ । ଇ-ଯାନ ପଲିସି ଉପରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ୟାବିନେଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହାସହ ଓଡ଼ିଶା ସୋସିଆଲ୍ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ଓଡ଼ିଶା ଭେଟେନାରୀ ସର୍ଭିସ୍ କ୍ୟାଡରର ପୁନର୍ଗଠନକୁ ଅନୁମୋଦନ ମିଳିଛି ।