ଆଗାମୀ ପଞ୍ଚୟତ ନିର୍ବାଚନ ପାଇଁ ବିଜେଡିର କାର୍ଯ୍ୟକାରିଣୀ ବୈଠକ
ଚନ୍ଦ୍ରଶେଖରପୁର :ଶୁକ୍ରବାର ମାନ୍ୟବର ବିଧାୟକ ତଥା ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ ସଭାପତିତ୍ବରେ ଭୁବନେଶ୍ବର ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ପଟିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ତିର୍ଦ୍ଦେଶରେ ତିନୋଟି ଧନ୍ୟବାଦ ପ୍ରସ୍ତାବ ଯଥା କୋଭିଡ ପରିଚାଳନା କ୍ଷେତ୍ରରେ ସାରା ଭାରତବର୍ଷରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଜାତୀୟଖେଳ ହକିକୁ ଆଗାମୀ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ଦାୟୀତ୍ବ ନେଇଥିବାରୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ ସାଢେ ତିନିକୋଟି ଓଡିଶାର ଜନସାଧାରଣଙ୍କୁ ବିକୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ନାଟକାର୍ଡ ପାଇଁ ଦଳର ବରିଷ୍ଠ ଉପଦେଷ୍ଟା ମାନେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଆଗାମି ଦିନରେ ରାଜ୍ୟ ସରକାରଙ୍କର ପ୍ରତ୍ୟେକଟି ଜନ ହିତକର ଯୋଜନା କିଭଳି ପ୍ରତ୍ୟେକ ପରିବାରରେ ପହଁଚିବ ସେଥି ପାଇଁ ମୁଖ୍ୟ ଅତିଥିମାନେ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା , ଯୁବ , ଛାତ୍ର , ମହିଳାମାନଙ୍କୁ ଆହ୍ବାନ ଦେଇଥିଲେ । ଆଗାମି ଦିନରେ ଦଳର ଛାମୁଆ ସ°ଗଠନ ଦୃଣମୁଳ ସ୍ତରରେ ପହଁଚି ଆସୁଥିବା ଫଚାୟତ ନିର୍ବାଚନ ଏବଂ ମହାନଗର ନିର୍ବାଚନରେ କିଭଳି ଶତ ପ୍ରତିଶତ ସଫଳତା ହାସଲ କରିବା ଏବଂ ଭୁବନେଶ୍ଵର ତଥା ଓଡିଶା ବାସିଙ୍କ ପ୍ରିୟଭାଜନ ହୋଇ ଗରିବ ଲୋକଙ୍କ ସେବା କରିବା ସେଥ୍ ପାଇଁ ସମସ୍ତେ ଶପଥ ନେବାକୁ ମୁଖ୍ୟ ଅତିଥି ମାନେ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ବରିଷ୍ଠ ଉପ – ସଭାପତି , ପର୍ଯ୍ୟବେକ୍ଷକ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର , ମାନ୍ୟବର ବିଧାୟିକା ତଥା ପର୍ଯ୍ୟବେକ୍ଷକ ଶ୍ରୀମତୀ ପ୍ରମିଳା ମଲ୍ଲିକ , ମାନ୍ୟବର ସାଂସଦ , ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ , ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା , ମାନ୍ୟବର ବିଧାୟକ , ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା , ଓଡ଼ିଶା ମୋ ପରିବାର , ଅଧକ୍ଷ , ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ , ସମରେଶ ବେଉରା , ସୁବାଷ ସାହୁ , ବିଜୟଲକ୍ଷ୍ମୀ ମହାପାତ୍ର , ରବି ଛୋଟରାୟ , ସୂର୍ଯ୍ୟକାନ୍ତି ଜେନା , ରାଜେନ୍ଦ୍ର ସାମର୍ଥା , ଶ୍ରୀଯୁକ୍ତ ସମରେନ୍ଦ୍ର ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା , ଫଚାୟତର ସରଫଚ , ସମିତି ସଭା ସଭ୍ୟା , ପୂର୍ବତନ କର୍ପୋରେଟର , ୱାର୍ଡ ସଭାପତି ଏବଂ ଭୁବନେଶ୍ଵର ତିନୋଟି ନିର୍ବାଚନ ମଣ୍ଡଳୀର ବହୁ ବୁଦ୍ଧିଜିବୀ ଯୋଗ ଦେଇଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମହାସୂପକାର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବହୁ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଥିଲେ।