ଆତଙ୍କବାଦ ସହ ସାଲିସ୍ ଉଚିତ ନୁହେଁ : କେନ୍ଦ୍ରମନ୍ତ୍ରୀ ଜୟଶଙ୍କର
ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ‘ଆତଙ୍କବାଦ କାରଣରୁ ବିଶ୍ୱ ଶାନ୍ତି ଓ ସୁରକ୍ଷା ବିପଦର ସମ୍ମୁଖୀନ’ ଶୀର୍ଷକ ଉପରେ ବୈଠକରେ ଆଲୋଚନା । ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ କେନ୍ଦ୍ରମନ୍ତ୍ରୀ ଭାରତ ସମ୍ମୁଖୀନ ହୋଇଥିବା ଆତଙ୍କୀ ହମଲାର ଉଦାହରଣ ଦେଇଛନ୍ତି । ଆତଙ୍କବାଦୀଙ୍କ ଆକ୍ରମଣ ଲାଗି ପରୋକ୍ଷରେ ପାକିସ୍ତାନକୁ ଦାୟୀ କଲେ । ଆତଙ୍କବାଦୀଙ୍କ ଯୋଗୁଁ ଭାରତ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ କହିଛନ୍ତି ଜୟଶଙ୍କର ।