ବିରୋଧୀ ଦଳ ନେତାଙ୍କ ସହ ସୋନିଆ ଗାନ୍ଧୀଙ୍କ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦେଶର ଅନେକ ବିରୋଧୀ ଦଳ ନେତାଙ୍କ ସହ ଡିଜିଟାଲ ମାଧ୍ୟମରେ ବୈଠକ କରିଛନ୍ତି । ଶୁକ୍ରବାର ହୋଇଥିବା ବୈଠକରେ ସୋନିଆ ଏହି ଆଶ୍ୱସନା ଦେଇଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ଏକତା କାୟମ ରହିବ । ତାଙ୍କର କହିବାର ଅର୍ଥ ହେଉଛି ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ସହ ରହିଛି । ସେ କହିଛନ୍ତି ଯେ ଅନ୍ତିମ ଲକ୍ଷ୍ୟ ହେଉଛି ୨୦୨୪ ଲୋକସଭା ନିର୍ବାଚନ ଯେଉଁଥିପାଇଁ ବ୍ୟବସ୍ଥିତ ଉପାୟରେ ଯୋଜନା କରିବାକୁ ହେବ । ଏହା ଏକ ଆହ୍ୱାନ, କିନ୍ତୁ ଆମେ ଏକତ୍ର ହୋଇ ଏହି କାମ କରିପାରିବା କାରଣ ଏହାର କୌଣସି ବିକଳ୍ପ ନାହିଁ । ସମସ୍ତଙ୍କର ନିଜର ଦୁର୍ବଳତା ରହିଛି, କିନ୍ତୁ ରାଷ୍ଟ୍ର ହିତ ପାଇଁ ଆମକୁ ଦୁର୍ବଳତାଠାରୁ ଉପରକୁ ଉଠିବାକୁ ପଡ଼ିବ । ବୈଠକରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀର ପ୍ରମୁଖ ଶରଦ ପାୱାର. କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ନ୍ୟାସନାଲ କନ୍ଫରେନ୍ସ ର ନେତା ଫାରୁକ ଅବଦୁଲ୍ଲା ଏବଂ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସମେତ ୧୫ରୁ ଅଧିକ ଦଳର ନେତା ସାମିଲ ହୋଇଥିଲେ । ମାତ୍ର ବୈଠକରେ ସମାଜବାଦୀ ପାର୍ଟୀ ଏବଂ ବହୁଜନ ସମାଜ ପାର୍ଟୀ ତରଫରୁ କେହି ବି ସାମିଲ ହୋଇନଥିଲେ । ସୂଚନା ଅନୂଯାୟୀ ସୋନିଆ ଗାନ୍ଧୀ ଦେଶର ପ୍ରମୁଖ ବିଷୟକୁ ନେଇ ବିରୋଧୀ ଦଳଙ୍କ ସହ ମିଶି ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି, ଆଉ ଏଥିପାଇଁ ଏହି ବୈଠକ ଡକାଯାଇଥିଲା । ବିରୋଧୀ ଦଳମାନେ ଜାତୀୟ ସ୍ତରରେ ଭାରତୀୟ ଜନତା ପାର୍ଟୀ ଏବଂ ନରେନ୍ଦ୍ର ମୋଦୀଙ୍କ ମୁକାବିଲା କରିବା ପାଇଁ ଏକଜୁଟ ହେବାକୁ ପ୍ରୟାସ କରୁଛନ୍ତି ଯାହାଦ୍ୱାରା ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ତରଫରୁ କଡ଼ା ଟକ୍କର ଦିଆଯାଇପାରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *